ଓଡିଶା

odisha

By

Published : Nov 9, 2019, 7:32 PM IST

ETV Bharat / sitara

ରିଲିଜ ହେଲା ‘ଦବଙ୍ଗ 3’ର ତୃତୀୟ ରୋମାଣ୍ଟିକ ଟ୍ରାକ ‘ୟୁଁ କରକେ’

‘ଦବଙ୍ଗ 3’ରେ ଶୁଣିବାକୁ ମିଳିଲା ସଲମାନ ଖାନଙ୍କ କଣ୍ଠରେ ରୋମାଣ୍ଟିକ ଗୀତ ‘ୟୁଁ କରକେ’ । ଶନିବାର ରିଲିଜ ହୋଇଯାଇଛି ଫିଲ୍ମର ତୃତୀୟ ଟ୍ରାକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ଆସନ୍ତା ମାସ 20ରେ ରିଲିଜ ହେବାକୁ ପ୍ରସ୍ତୁତ । ଦୀର୍ଘ ସମୟରୁ ଫିଲ୍ମକୁ ନେଇ ଥିବା ଦର୍ଶକଙ୍କ ଉତ୍ସାହ ଧିରେ ଧିରେ ବଢାଇ ଚାଲିଛନ୍ତି ମେକର୍ସ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ କରି ଦର୍ଶକଙ୍କୁ ସରପ୍ରାଇଜ କରିଦେଇଥିଲେ । ଆଉ ଏବେ ଫିଲ୍ମର ଅଡିଓ ଗୀତ ରିଲିଜ କରିବାରେ ଲାଗିଛନ୍ତି । ଶନିବାର ଫିଲ୍ମର ଆଉ ଏକ ନୂଆ ଗୀତ ‘ୟୁଁ କରକେ’ ରିଲିଜ କରି ଦିଆଯାଇଛି । ଏଯାବତ ଏହି ଗୀତର ଭିଡିଓ ରିଲିଜ ହୋଇନାହିଁ । ସବୁଠାରୁ ମଜାଦାର କଥା ହେଲା କି ଏହି ଗୀତଟିକୁ ସଲମାନ ଦମଦାର ଅନ୍ଦାଜରେ ଗାଇଛନ୍ତି ।

ଏହାର ସୂଚନା ସେ ସୋସିଆଲ ମିଡିଆରେ ଗୀତକୁ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଦବଙ୍ଗ 3ର ନୂଆ ଗୀତ ୟୁଁ କରକେ, ଶୁଣନ୍ତୁ ମୁଁ ତଥା ଚୁଲବୁଲ ପାଣ୍ଡେଙ୍କ କଣ୍ଠରେ ।’ ସଲମାନଙ୍କ ସହ ଏହି ଗୀତକୁ ପାୟଲ ଦେବୀ ମଧ୍ୟ ଗାଇଛନ୍ତି ।

ଏହା ଫିଲ୍ମର ତୃତୀୟ ରୋମାଣ୍ଟିକ ଟ୍ରାକ । ଏହାପୂର୍ବରୁ ଫିଲ୍ମର ‘ନୈନା ଲଡ଼େ’ ଏବଂ ‘ଦବଙ୍ଗ 3’ ଟାଇଟଲ ଟ୍ରାକର ଅଡିଓ ରିଲିଜ ହୋଇସାରିଛି । ପ୍ରକାଶ ଥାଉକି 2012ରେ ରିଲିଜ ହୋଇଥିବା ‘ଦବଙ୍ଗ 2’ ପରେ ତୃତୀୟ ସଂସ୍କରଣ ପାଖାପାଖି 7 ବର୍ଷ ପରେ ନେଇ ପରଦାକୁ ଫେରିବେ ସଲମାନ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଲୋକପ୍ରିୟ ଅଭିନେତା, କୋରିଓଗ୍ରାଫର ପ୍ରଭୁଦେବା । ଫିଲ୍ମରେ ସଲମାନଙ୍କ ବ୍ୟତୀତ ଅରବାଜ ଖାନ, ସୋନାକ୍ଷୀ ସିହ୍ନା, ମହେଶ ମାଞ୍ଜେରକରଙ୍କ ଝିଅ ସାଈ ମଞ୍ଜେରକର ଓ କିଚ୍ଚା ସୁଦୀପ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ସାଈ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ABOUT THE AUTHOR

...view details