ଓଡିଶା

odisha

By

Published : Dec 20, 2019, 2:39 PM IST

ETV Bharat / sitara

ସିଏଏ ନିଆଁ ପାଇଁ ଦବିବ ଦବଙ୍ଗ!

ପରିଶେଷରେ ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’। ମୁଖ୍ୟ ଭୂମିକାରେ ସଲମାନଙ୍କ ସହ ଫିଲ୍ମରେ ନଜର ଆସିଛନ୍ତି ସୋନାକ୍ଷୀ ସିହ୍ନା, କିଚ୍ଚା ସୁଦୀପ। ହେଲେ ସିଏଏକୁ ନେଇ ଚିନ୍ତିତ ମେକର୍ସ।

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’ ଶୁକ୍ରବାର ରିଲିଜ ହୋଇଯାଇଛି। ଦୀର୍ଘସମୟରୁ ଫିଲ୍ମ ଦେଖିବାକୁ ବ୍ୟାକୁଳ ଥିଲେ ଦର୍ଶକ। ଆଜି ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଖ୍ରୀଷ୍ଟମାସ ସପ୍ତାହରେ ଫିଲ୍ମ ରିଲିଜ ହେବା ମାନେ ମେକର୍ସଙ୍କୁ ଭରପୁର ଲାଭ ମିଳିବ। ଆସନ୍ତା ବୁଧବାର ପୁରା ଦେଶ ଖ୍ରୀଷ୍ଟମାସ ପାଳନ କରିବାକୁ ଯାଉଛି। ଯାହାର ଅର୍ଥ ହେଲା କି ‘ଦବଙ୍ଗ 3’ ପାଖରେ ୱେକେଣ୍ଡ ସହ ଶାନଦାର ଆୟ କରିବାର ସୁଯୋଗ ଅଛି। ମେକର୍ସ ମଧ୍ୟ କିଛି ଏମିତି ହିଁ ଭାବିଥିବେ କିନ୍ତୁ, ‘ଦବଙ୍ଗ 3’ର ଆୟରେ ବାଧା ସାଜିପାରେ ସଂଶୋଧିତ ନାଗରିକତା ଆଇନ(ସିଏଏ)।

ପୂର୍ବରୁ ଫିଲ୍ମର ଗୀତ ଦର୍ଶକଙ୍କୁ ପସନ୍ଦ ଆସିନଥିଲା। ଯାହା ପାଇଁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଖାସ୍ ହୋଇନାହିଁ। ଅନ୍ୟପଟେ ଦେଶରେ ସିଏଏ ତାତି। ବର୍ତ୍ତମାନ ପୁରା ଦେଶ ସିଏଏ ବିରୋଧ ପ୍ରଦର୍ଶନରେ ମାତି ଥିବା ବେଳେ ଫିଲ୍ମ ଦେଖିବାକୁ ହୁଏତଃ କମ ଦର୍ଶକ ସିନେମାହଲକୁ ଯିବେ। ଯାହା ଫିଲ୍ମର ଆୟ ଉପରେ ପ୍ରଭାବ ପକାଇବ। ନାଗରିକତା ସଂଶୋଧନ ଆଇନ ପାଇଁ ଦେଶର ଅନେକ ସହରରେ 144 ଧାରା ଲାଗୁ ହୋଇଛି ।

ଏପରି ପରିସ୍ଥିତିରେ କେହି ମଧ୍ୟ ଫିଲ୍ମ ଦେଖିବାକୁ ପସନ୍ଦ କରିବେ ନାହିଁ । ଲୋକଙ୍କ ମନରେ ବିରୋଧ ପ୍ରଦର୍ଶନ ଓ ହିଂସାକୁ ନେଇ ଡର ଦେଖିବାକୁ ମିଳୁଛି। କିଛି କିଛି ସ୍ଥାନରେ ଶୋ ବାତିଲ ମଧ୍ୟ ହେବାର ସମ୍ଭାବନା ଅଛି। ଆଉ ଯଦି ‘ଦବଙ୍ଗ 3’ ଏହି ସପ୍ତାହରେ ଭଲ ଆୟ ନକରେ, ମେକର୍ସଙ୍କୁ ବଡ ଧରଣର କ୍ଷତି ସହିବାକୁ ପଡିବ। କାରଣ ଆସନ୍ତା ସପ୍ତାହ ତଥା 27 ତାରିଖରେ ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ଗୁଡନ୍ୟୁଜ ରିଲିଜ ହେବାକୁ ଯାଉଛି। ଦର୍ଶକ ଏହି ଫିଲ୍ମ ଦେଖିବାକୁ ମଧ୍ୟ ଏକ୍ସାଇଟେଡ ଅଛନ୍ତି। ହୁଏତଃ ସଲମାନଙ୍କ ଫିଲ୍ମକୁ ନିରାଶର ସାମ୍ନା କରିବାକୁ ପଡିପାରେ।

ABOUT THE AUTHOR

...view details