ଓଡିଶା

odisha

ETV Bharat / sitara

କୋରୋନାକୁ ନେଇ ଓଡିଆରେ ସଚେତନ ବାର୍ତ୍ତା ଦେଲେ ସଲମାନ, ଦେଖନ୍ତୁ ଭିଡିଓ - ଓଡ଼ିଶା ସରକାରଙ୍କ ପଦକ୍ଷେପ

ଭାଇରାଲ ହେଲା ସଲମାନ ଖାନଙ୍କ ନୂଆ ଭିଡିଓ। ଯେଉଁଥିରେ ଓଡ଼ିଶା ସରକାରଙ୍କ ସୁରକ୍ଷା ପଦକ୍ଷେପ ମାନିବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ସେ । ଅଧିକ ପଢନ୍ତୁ...

salman khan
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 25, 2020, 12:43 PM IST

ଭୁବନେଶ୍ବର: ମଙ୍ଗଳବାର ରାତି 12ଟାରୁ ଏପ୍ରିଲ 15 ପର୍ଯ୍ୟନ୍ତ ପୁରା ଦେଶକୁ ଲକଡାଉନ କରାଯାଇଛି । ପିଏମ ମୋଦିଙ୍କ ଘୋଷଣା ପରେ ବଲିଉଡ ସେଲିବ୍ରିଟି ଫ୍ୟାନ୍ସଙ୍କୁ ଏହା ପାଳନ କରିବାକୁ ଅନୁରୋଧ କରୁଥିବାର ନଜର ଆସୁଛନ୍ତି। ଏହାପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିସାରିଛନ୍ତି ଅନେକ ସେଲିବ୍ରିଟି। ଏହି କ୍ରମରେ ସାମିଲ ଅଛନ୍ତି ସୁପରଷ୍ଟାର ସଲମାନ ଖାନ। ଫ୍ୟାନ୍ସଙ୍କୁ ଅନେକଥର ଅପିଲ କରିସାରିବା ପରେ ଏବେ ସେ ଓଡ଼ିଆ ଭାଷାରେ କୋରୋନାଠାରୁ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି ।

ଓଡିଆରେ ସଚେତନ ବାର୍ତ୍ତା ଦେଲେ ସଲମାନ

ଓଡ଼ିଶା ସରକାରଙ୍କ ଉଦ୍ୟମରେ ପ୍ରସ୍ତୁତ କରାଯାଇଥିବା ଏହି ବିଜ୍ଞାପନରେ ସଲମାନ ଓଡ଼ିଶାବାସୀଙ୍କୁ ସରକାରଙ୍କ ଆଦେଶକୁ ମାନିବାକୁ କହୁଥିବାର ନଜର ଆସୁଛନ୍ତି। ଏହାସହ ସେ ଓଡ଼ିଆ ଭାଷାରେ କୋରୋନାକୁ କର ନାଁ ବୋଲି ସମସ୍ତଙ୍କୁ କହିଛନ୍ତି। ଆଉ ହକି ବିଶ୍ବକପରେ ସେ ଓଡ଼ିଶା ଆସିଥିବା କଥା ମଧ୍ୟ ମନେ ପକାଇଛନ୍ତି।

କିଭଳି ସଚେତନ ରହିବେ କୋରୋନା ପାଇଁ ସେନେଇ ଭିଡିଓରେ ସେ ବାର୍ତ୍ତା ଦେଇଛନ୍ତି। ପ୍ରକାଶ ଥାଉକି ମୋଦିଙ୍କ ଘୋଷଣା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପାଞ୍ଚୋଟି ଜିଲ୍ଲାକୁ ଲକଡାଉନ କରିବା ଘୋଷଣା କରିଥିଲେ। ଏହାସହ ସେ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଉଛନ୍ତି । ଆଉ ମୋଦିଙ୍କ ଲକଡାଉନ ନିଷ୍ପତ୍ତିର ମଧ୍ୟ ସମର୍ଥନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details