ମୁମ୍ବାଇ: ବଲିଉଡରେ ଫରଏଭର ବ୍ୟାଚେଲର୍ ଏବଂ ସର୍ଟସେଲ ଆକ୍ଟର ରୂପେ ଚର୍ଚ୍ଚିତ ସୁପରଷ୍ଟାର ସଲମାନ ଖାନ । ସବୁବେଳେ ସର୍ଟଲେସ ଅବତାରରେ ନଜର ଆସୁଥିବା ସଲମାନଙ୍କ ପୁଣି ଭାଇରାଲ ହେଲା ସମାନ ଅବତାର । ଥ୍ରୋବ୍ୟାକ ଫଟୋକୁ ନେଇ ପୁଣି ଚର୍ଚ୍ଚାରେ ଅଭିନେତା । ଭାଇରାଲ ହେଉଥିବା ଫଟୋ ତାଙ୍କ ଭଉଣୀ ଅର୍ପିତାଙ୍କ ବିବାହ ସମୟର ।
ସଲମାନଙ୍କ ସର୍ଟଲେସ ଫଟୋ ପୋଷ୍ଟ କରି ପୁରୁଣା ସ୍ମୃତି ମନେ ପକାଇଲେ ଭଉଣୀ - ଭାଇରାଲ ହେଲା ପୁଣି ସଲମାନଙ୍କ ସର୍ଟଲେସ ଅବତାର
ଭାଇରାଲ ହେଲା ପୁଣି ସଲମାନଙ୍କ ସର୍ଟଲେସ ଅବତାର । ଫଟୋ ସେୟାର କରି ଚର୍ଚ୍ଚାରେ ଭଉଣୀ ଅର୍ପିତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ପିତା ଖାନ ଶର୍ମା
ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଅର୍ପିତା ଲେଖିଛନ୍ତି, ‘ସୁଖଦ ସ୍ମୃତି ।’ ଯଦି ଫଟୋ କଥା ହେବା ତାହାଲେ ଧଳା ଧୋତିରେ ସର୍ଟଲେସ ସଲମାନ ନଜର ଆସୁଥିବା ବେଳେ ଅର୍ପିତା ଲେହେଙ୍ଗା ପିନ୍ଧିଥିବାର ଦେଖାଯାଉଛନ୍ତି । ଆଉ ଦୁଇ ଭାଇ ଭଉଣୀ ଫଟୋ କ୍ଲିକ୍ କରିବା ପାଇଁ ପୋଜ ଦେଇଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...
ପ୍ରକାଶ ଥାଉକି ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’କୁ ନେଇ ଉତ୍ସାହିତ ଦର୍ଶକ । ଏବର୍ଷ ଇଦରେ ରିଲିଜ ହେବ ଫିଲ୍ମ । ତାଙ୍କ ସହ ଦିଶା ପଟାନୀ ରଣଦୀପ ହୁଡ୍ଡା ମଧ୍ୟ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପ୍ରଭୁଦେବା ।