ଓଡିଶା

odisha

ETV Bharat / sitara

ଦୁଇ ମା'ଙ୍କ ପାଇଁ ସଲମାନଙ୍କ ପ୍ରେମ, ଭାଇରାଲ ହେଲା ଫଟୋ - salma khan

ୱୁମନ୍ସ ଡେ ଅବସରରେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ସଲମାନ ଖାନ । ଫଟୋରେ ଦୁଇ ମା'ଙ୍କ ସହ ନଜର ଆସୁଛନ୍ତି ସଲମାନ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Mar 9, 2019, 5:31 AM IST

ମୁମ୍ବାଇ: ସଲମାନ ଖାନ ପୁରା ବଲିଉଡରେ ଦୟାଳୁ ବ୍ୟକ୍ତି ରୂପେ ପପୁଲାର । ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର୍ସକୁ ସଲମାନଙ୍କ ପାଇଁ ହିଁ କାମ ମିଳିଛି । ସଲମାନଙ୍କର ଯେଉଁଭଳି ବ୍ୟବହାର ଘର ବାହାରେ ଦେଖିବାକୁ ମିଳିଥାଏ, ଠିକ୍ ସେହିପରି ବ୍ୟବହାର ସେ ଘରେ ମଧ୍ୟ କରିଥାଆନ୍ତି । ସଲମାନ ନିଜ ମାତା-ପିତାଙ୍କ ବଡ ପୁଅ । ତେଣୁ ଏଥି ନିମନ୍ତେ ସେ ଘରର ସବୁ ଦାୟିତ୍ବ ତୁଲାଇଥାଆନ୍ତି । ସେ ନିଜ ଘରର ସବୁ ସଦସ୍ୟଙ୍କର ବହୁତ ସମ୍ମାନ କରିଥାଆନ୍ତି ।

ଏପରି ୱୁମନ୍ସ ଡେ ଅବସରରେ ପୁଣି ଥରେ ସଲମାନଙ୍କ ପ୍ରେମ ଗୋଟିଏ ଫଟୋରେ ଦେଖିବାକୁ ମିଳିଛି । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଦୁଇ ମା'ଙ୍କ ସହ ନଜର ଆସୁଛନ୍ତି । ସେମିତି ଦେଖିବାକୁ ଗଲେ ସଲମାନ, ସଲମା ଏବଂ ସଲୀମ ଖାନଙ୍କ ସନ୍ତାନ, କିନ୍ତୁ ସେ ନିଜ ସାବତ ମା' ହେଲନଙ୍କୁ ମଧ୍ୟ ସେତିକି ସମ୍ମାନ ଏବଂ ପ୍ରେମ କରିଥାଆନ୍ତି, ଯେତେ ସେ ନିଜ ମାଆଙ୍କୁ କରନ୍ତି ।

ଏହି ଫଟୋରେ ସଲମାନ ଦୁଇ ମା'ଙ୍କ ମଝିରେ ବସିଛନ୍ତି । ତାଙ୍କ ଡାହାଣରେ ହେଲନ ବସିଥିବାବେଳେ ବାମରେ ସଲମା ବସିଥିବାର ଦେଖାଯାଇଛନ୍ତି । ବର୍ତ୍ତମାନ ସଲମାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଫଟୋଟିକୁ 10 ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଲେଣି ।

ଫଟୋ ଦେଖି ଅନ୍ଦାଜା ଲଗାଯାଇପାରିବ କି ତିନି ଜଣଙ୍କ ମଧ୍ୟରେ ଶାନଦାର ବଣ୍ଡିଂ ରହିଛି । ଲୋକ ଏହି ଫଟୋ ଉପରେ ପ୍ରତିକ୍ରୀୟା ଦେଇ ପ୍ରଶଂସା ମଧ୍ୟ କରିଛନ୍ତି ।

For All Latest Updates

ABOUT THE AUTHOR

...view details