ମୁମ୍ବାଇ: ଇଦ ଅବସରରେ ଭାଇଜାନ ସଲମାନ ଭାଇ ଏବର୍ଷ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’ ରିଲିଜ କରି ଫ୍ୟାନ୍ସଙ୍କୁ ଇଦି ଦେଇଛନ୍ତି । ଯାହାକୁ ନେଇ ଉତ୍ସାହିତ ସମସ୍ତେ । ଗତ ବର୍ଷ ଇଦରେ ରିଲିଜ ହୋଇପାରିନଥିଲା ଏହି ଫିଲ୍ମ । ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ମିଳୁଥିବା ବେଳେ ସଲମାନଙ୍କ ପ୍ରଶଂସା କରିଛନ୍ତି ତାଙ୍କ ରିୟୁମର ଗାର୍ଲଫ୍ରେଣ୍ଡ ୟୁଲିୟା ବନ୍ତୁର।
ସେ ସଲମାନଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, ‘ସଲମାନ ହେଉଛି ମାନବିକତାର ପରିଭାଷା | କାରଣ ସେ ଯାହା କରନ୍ତି ତାହା କେବଳ ଅନ୍ୟ ଲୋକଙ୍କ ଜୀବନରେ ଉନ୍ନତି ଆଣିବାକୁ ବିଚାର କରନ୍ତି । ସେ ସର୍ବଦା ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ଜୀବନରେ ସମସ୍ତଙ୍କ ପାଇଁ କିଛି ଭିନ୍ନ କିମ୍ବା ନୂତନ କରିବାକୁ ଚେଷ୍ଟା କରନ୍ତି | ମୁଁ ତାଙ୍କ ସହିତ କାମ କରି ଖୁସି ଅନୁଭବ କରୁଛି । ପ୍ରକୃତରେ ଯାହା ଖୁବ୍ ଏଣ୍ଟରଟେନିଂ ଥିଲା ।’