ଓଡିଶା

odisha

ETV Bharat / sitara

ଭଉଣୀଙ୍କ ପାଇଁ ବର୍ଥଡେ ପାର୍ଟି ଦେବେନି ଭାଇଜାନ - ଅର୍ପିତା ଖାନଙ୍କ ଗର୍ଭବତୀ ଚର୍ଚ୍ଚା

ଭାଇ ସଲମାନ ଖାନଙ୍କୁ ବର୍ଥଡେ ଉପହାର ଦେବାକୁ ଯାଉ ଆସନ୍ତା27 ତାରିଖରେ ସି-ସିକ୍ସେନରେ ଦ୍ବିତୀୟ ସନ୍ତାନ ଜନ୍ମ ଦେବେ ଭଉଣୀ ଅର୍ପିତା। ସେହିପରି ସଲମାନ ମଧ୍ୟ ଏଥର ଜନ୍ମଦିନରେ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

By

Published : Dec 25, 2019, 7:30 PM IST

ମୁମ୍ବାଇ: ଚଳିତ ମାସ 27 ତାରିଖରେ 53 ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସେ ସବୁ ବର୍ଷ ନିଜ ଜନ୍ମଦନ ଅବସରରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରନ୍ତି। ଯେଉଁଥିରେ ବଲିଉଡର ଅନେକ କଳାକାର ନଜର ଆସନ୍ତି। ଏଥର ଲାଗୁଛି ସଲମାନ ପାର୍ଟିର ଆୟୋଜନ କରିବେ ନାହିଁ। ସେ କୌଣସି ପ୍ଲାନ ମଧ୍ୟ କରିନାହାଁନ୍ତି।

ଏବର୍ଷ ସଲମାନ ବର୍ଥଡେ ପାର୍ଟି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭଉଣୀ ଅର୍ପିତାଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। କାରଣ ତାଙ୍କ ଭଉଣୀ ଅର୍ପିତା ଦ୍ବିତୀୟ ଥର ମା' ହେବାକୁ ଯାଉଛନ୍ତି। ଆଉ ଭଉଣୀଙ୍କ ପୁରା ଧ୍ୟାନ ନେବାରେ ବ୍ୟସ୍ତ ଥିବା ସହ ତାଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଛନ୍ତି ସଲମାନ।

ପ୍ରକାଶ ଥାଉକି ଅର୍ପିତା ଭାଇ ସଲମାନଙ୍କ ବର୍ଥଡେରେ ସି-ସିକ୍ସେନ କରି ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଭାଇଙ୍କୁ ବର୍ଥଡେରେ ଖାସ୍ ଉପହାର ଦେବାକୁ ଯାଉ ଅର୍ପିତା ଓ ଆୟୁଷ ଶର୍ମା ଏପରି ନିଷ୍ପତ୍ତି ନେଇଛନ୍ତି।

ABOUT THE AUTHOR

...view details