ମୁମ୍ବାଇ: ଦର୍ଶକଙ୍କୁ କିଛି ଦିନ ପୂର୍ବରୁ ବଡ ଝଟକା ଲାଗିଥିଲା । ଯେବେ ଆଲିୟା ଭଟ୍ଟ ଓ ସଲମାନ ଖାନଙ୍କ ଫିଲ୍ମ ‘ଇନଶାଲ୍ହା’ ଉପରେ ଫୁଲଷ୍ଟପ ଲାଗିବା ଖବର ସାମ୍ନାକୁ ଆସିଥିଲା । ଦୀର୍ଘ 20 ବର୍ଷ ପରେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ଭାଇଜାନ୍ ସଲମାନଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ କରିଥାଆନ୍ତେ । ସେବେଠାରୁ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଦେଖିବାକୁ ମିଳିଥିଲା । ପ୍ରଥମଥର ଆଲିୟା ଓ ସଲମାନଙ୍କ ରୋମାନ୍ସ ପରଦାରେ ଦେଖିବାକୁ ଅନାଇ ବସିଥିଲେ ଦର୍ଶକ । କିନ୍ତୁ ସଲମାନ ଫିଲ୍ମକୁ ନା କହିବାରୁ ନିରାଶ ହୋଇଯାଇଥିଲେ ତାଙ୍କ ଫ୍ୟାନ୍ସ ।
ଶୁଣିବାକୁ ମିଳୁଥିଲା ଯେ ସଞ୍ଜୟ ଓ ସଲମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ କିଛି ଯୁକ୍ତିତର୍କ ହୋଇଥିଲା । ଯେଉଁ କାରଣ ପାଇଁ ସଲମାନ ଫିଲ୍ମ ଛାଡି ଦେଇଥିଲେ । ଏବେ ଏହାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।