ଓଡିଶା

odisha

‘ରାଧେ’ର ଜବରଦସ୍ତ ଟ୍ରେଲର ରିଲିଜ୍‌, ଦମଦାର ଅନ୍ଦାଜରେ ସଲମାନ

By

Published : Apr 22, 2021, 2:18 PM IST

ମେ’ 13ରେ ରିଲିଜ ହେବାକୁ ପ୍ରସ୍ତୁତ ‘ରାଧେ’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର । ନଜର ଆସିଲେ ସଲମାନଙ୍କ ସହ ରଣଦୀପ ଓ ଦିଶା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଲା । ଦୀର୍ଘ ସମୟରୁ ସମସ୍ତେ ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ର ଝଲକ ଦେଖିବାକୁ ଅନାଇ ବସିଥିଲେ । ଆଉ ଗୁରୁବାର ସକାଳେ ଏହି ଖୁସି ସମସ୍ତଙ୍କୁ ଦେଇଛନ୍ତି ଅଭିନେତା । କାରଣ ରିଲିଜ ହୋଇଯାଇଛି ‘ରାଧେ’ର ଦମଦାର ଟ୍ରେଲର । ଆକ୍ସନ ଅନ୍ଦାଜରେ ଭାଇଜାନ ।

ସେହିପରି ଟ୍ରେଲର ରିଲିଜର ସୂଚନା ଫିଲ୍ମର ରିଲିଜ ଘୋଷଣା କରି ସଲମାନ ବୁଧବାର ସମସ୍ତଙ୍କୁ ଦେଇଥିଲେ । ସେ ଟ୍ବିଟରରେ ଫିଲ୍ମର ଏକ ପୋଷ୍ଟର ଜାରି କରି ସମସ୍ତଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲେ ।

ଆଉ ଏବେ ଟ୍ରେଲର ରିଲିଜ କରିଛନ୍ତି ସେ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ବର୍ତ୍ତମାନ ଚର୍ଚ୍ଚାରେ ଥିବା ଏହି ଟ୍ରେଲରରେ ସଲମାନଙ୍କ ‘ୱାଣ୍ଟେଡ’ ଅବତାର ଦେଖିବାକୁ ମିଳୁଛି । ପୋଲିସ ଅଫିସର ହୋଇ ଡ୍ରଗ୍ସ ଡିଲରଙ୍କୁ ପିଟୁ ଥିବାର ନଜର ଆସୁଛନ୍ତି ସେ । ତାଙ୍କ ସହ ଫିଲ୍ମରେ ରଣଦୀପ ହୁଡ୍ଡା ଓ ଦିଶା ପଟାନୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଟ୍ରେଲର...

ପ୍ରକାଶ ଥାଉକି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ତାରିଖରେ ସଲମାନ ‘ରାଧେ’ ରିଲିଜ କରିବେ ବୋଲି ସ୍ଥିର କରିସାରିଛନ୍ତି । ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ପାଇଁ ଦେଶର ପରିସ୍ଥିତି ଅସମ୍ଭାଳ । ହେଲେ ସଲମାନ ଏବର୍ଷ ଇଦରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି । ମେ 13ରେ ରିଲିଜ ହେବ ଫିଲ୍ମ ।

ABOUT THE AUTHOR

...view details