ମୁମ୍ବାଇ: 'ଭାରତ' ସଫଳତା ପରେ ସଲମାନ ଖାନ ଟିଭି ରିୟାଲିଟି ଶୋରେ ବ୍ୟସ୍ତ ହୋଇଯାଇଛନ୍ତି । ସେ ଜଲଦି 'ନଚ ବଲିଏ' ସିଜନ 9ରେ ନଜର ଆସିବେ । ଏହି ଶୋଟିକୁ ସଲମାନଙ୍କ ପ୍ରଡକ୍ସନ କମ୍ପାନୀ ଦ୍ବାରା ପ୍ରଯୋଜନା କରାଯାଉଛି । ଇତିମଧ୍ୟରୁ ଶୁଣିବାକୁ ମିଳୁଛି ଯେ ଖୁବଶୀଘ୍ର ସଲମାନ ନିଜ ବିବାହ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ଯାହା ସବୁଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ।
କଥାଟି ହେଲା କି 'ନଚ ବଲିଏ' ଶୋ ସେଟରୁ ଗୋଟିଏ ଭିଡିଓ ଲିକ ହୋଇଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ଫ୍ୟାନ୍ସ ଅନ୍ଦାଜା ଲଗାଉଛନ୍ତି କି ସଲମାନ ଏହି ଶୋର ଓପନିଂ ଏପିସୋଡରେ ଦେଖାଯିବେ ।
ଅନ୍ୟପଟେ ଭାଇରାଲ ହୋଇଥିବା ଭିଡିଓରେ ସଲମାନ ନିଜ ହୃଦୟ କଥା କହୁଥିବାର ନଜର ଆସୁଛନ୍ତି । ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ ଉପରେ ସେ ଚିଡି ଗଲେଣି । ପ୍ରାୟ ସମସ୍ତେ ତାଙ୍କୁ ମର୍ଡର ମିଷ୍ଟ୍ରି ଭାବି ବୁଝିବାକୁ ବାହାରୁଛନ୍ତି । ଜୀବନରେ ଅନେକ କଥା ଶୁଣିଛନ୍ତି । ସଲମାନ ବିବାହ ତାରିଖ କଲେ ଘୋଷଣା, ନିଜ ବିବାହ ପ୍ରଶ୍ନ ଉପରେ ରିପୋର୍ଟରଙ୍କ ଉପରେ ରାଗିଲେ ସଲମାନ । କଣ ସଲମାନଙ୍କ ଆଗାମୀ ଫିଲ୍ମ ତାଙ୍କ ଏକ୍ସ ସହ ହେବ । କିଏ ସଲମାନଙ୍କ ବାସ୍ତବ ପ୍ରେମିକା । ଏତେ ସବୁ ପ୍ରଶ୍ନ ଏହାର କୌଣସି ଜବାବ ନାହିଁ । ଏବେ ସେ ଭାବୁଛନ୍ତି କି ଏହି ସବୁ ପ୍ରଶ୍ନ ଉତ୍ତର ଦେବେ ବୋଲି କହିଛନ୍ତି ସଲମାନ ।
ସଲମାନଙ୍କ ଏହି ଭିଡିଓ ଦେଖି ଲାଗୁଛି ଯେ ଏହି ସବୁ ପ୍ରଶ୍ନ ଉପରେ ବିରକ୍ତ ହୋଇଗଲେଣି । ତେଣୁ ଏହାର ଜବାବ ଦେବାକୁ ଏବେ ସେ ମନସ୍ଥ କରିଛନ୍ତି ।