ମୁମ୍ବାଇ: ପବିତ୍ର ଇଦ ପାଳନ କରିବାକୁ ଆଜିଠୁ ପ୍ରସ୍ତୁତ ବିଶ୍ବବାସୀ। ସେହିପରି ବି-ଟାଉନ ସେଲିବ୍ରିଟି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଇଦ ପାଳନ କରିବାକୁ ପ୍ରସ୍ତୁତ ହୋଇସାରିଲେଣି । ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଇଦ ମୁବାରକ ବାଣ୍ଟୁଛନ୍ତି ଷ୍ଟାର୍ସ। ହେଲେ ଏକଥା ତ ସମସ୍ତଙ୍କୁ ଜଣା ଯେ ସୁପରଷ୍ଟାର ସଲମାନ ଖାନ ସବୁ ଇଦରେ ଫ୍ୟାନ୍ସଙ୍କୁ ଶାନଦାର ଉପହାର ଦେଇ ଇଦ ପାଳନ କରିଥାଆନ୍ତି ।
ଭାଇଜାନଙ୍କ ପରମ୍ପରା ଭାଙ୍ଗିଲା ଭାଇରସ, ଏମିତି ଫ୍ୟାନ୍ସଙ୍କୁ କରିବେ ଖୁସି - ସୁପରଷ୍ଟାର ସଲମାନ ଖାନ ନ୍ୟୁଜ
11 ବର୍ଷରୁ ସଲମାନ ଇଦ ଅବସରରେ ନିଜର ଦମଦାର ଫିଲ୍ମ ରିଲିଜ କରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ହେଲେ ଏଥର କାଳ ସାଜିଛି କୋରୋନା। ରିଲିଜ ହେବନି ତାଙ୍କର କୌଣସି ଫିଲ୍ମ...
ସେ ନିଜ ଫିଲ୍ମ ରିଲିଜ କରି ଇଦର ଅଭିନନ୍ଦନ ସମସ୍ତଙ୍କୁ ଦେଇଥାନ୍ତି । 2009 ମସିହାରେ ‘ୱାଣ୍ଟେଡ’ ଫିଲ୍ମରୁ ସଲମାନ ଇଦରେ ଫିଲ୍ମ ରିଲିଜ କରିବା ଯାତ୍ରା ଆରମ୍ଭ କରିଥିଲେ। ହେଲେ ଏବର୍ଷ ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ଇଦରେ ରିଲିଜ ହୋଇପାରିନାହିଁ । କାରଣ ଦେଶରେ କୋରୋନା ଭାଇରସ ପାଇଁ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି। ଯାହାକୁ ଦୃଷ୍ଟିରେ ରଖି ସବୁ ଫିଲ୍ମର ରିଲିଜ ରଦ୍ଦ କରିଦିଆଯାଇଛି।
ସଲମାନ କିନ୍ତୁ ଫ୍ୟାନ୍ସଙ୍କୁ ଇଦରେ ଖୁସି ଦେବା ପାଇଁ ଏକ ନୂଆ ଗୀତ ରିଲିଜ କରିବେ। ସୋମବାର ସେ ଏକ ଶାନଦାର ଗୀତ ରିଲିଜ କରିବାର ପ୍ରସ୍ତୁତି ଚଳାଇଛନ୍ତି । ଯାହା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବ। ଲକଡାଉନ ପାଇଁ ସେ ନିଜର ୟୁଟ୍ୟୁବ ଚ୍ୟାନେଲ ନିକଟରେ ଲଞ୍ଚ କରିଥିଲେ। ଏଯାବତ ଚ୍ୟାନେଲରେ ଦୁଇଟି ଗୀତ ରିଲିଜ ହୋଇସାରିଛି।