ଓଡିଶା

odisha

ETV Bharat / sitara

ସଲମାନଙ୍କ ସ୍ବାଗ, ଦେଖନ୍ତୁ ଫଟୋ

ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଂ ଫିଲ୍ମ 'ଭାରତ'କୁ ଚର୍ଚ୍ଚାରେ ରଖିବା ପାଇଁ ନିର୍ମାତା ଲଗାତାର କିଛି ନା କିଛି ପୋଷ୍ଟ କରୁଥିବାର ନଜର ଆସୁଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିବାବେଳେ ଏବେ ସେଟରୁ ଆଉ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ସଲମାନଙ୍କ ଝଲକ ଦେଖି ଫ୍ୟାନଙ୍କ ଖୁସି କାହିଁରେ କଣ...

By

Published : Feb 6, 2019, 3:23 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଂ ଫିଲ୍ମ 'ଭାରତ'କୁ ଚର୍ଚ୍ଚାରେ ରଖିବା ପାଇଁ ନିର୍ମାତା ଲଗାତାର କିଛି ନା କିଛି ପୋଷ୍ଟ କରୁଥିବାର ନଜର ଆସୁଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିବାବେଳେ ଏବେ ସେଟରୁ ଆଉ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ସଲମାନଙ୍କ ଝଲକ ଦେଖି ଫ୍ୟାନଙ୍କ ଖୁସି କାହିଁରେ କଣ...

ଭାଇରାଲ ହୋଇଥିବା ଫଟୋରେ ସଲମାନ ଭାରତ ନାମରେ ଲେଖା ଚେୟାରରେ ବସି ଫୋନରେ କଥା ହେଉଥିବାର ନଜର ଆସିଛନ୍ତି । ଫଟୋରେ ସଲମାନଙ୍କ ଚେହେରା ନଜର ଆସୁନଥିଲେ ମଧ୍ୟ ସେ ସଲମାନ ବୋଲି ସମସ୍ତେ ଜାଣିପାରିବେ । ଫଟୋଟି ଫିଲ୍ମ ପ୍ରଯୋଜକ ତଥା ସଲମାନଙ୍କ ଭିଣୋଇ ଅତୁଲ ଅଗ୍ନୀହୋତ୍ରୀ ପୋଷ୍ଟ କରିଛନ୍ତି । ଫଟୋର ଶୀର୍ଷକରେ ଅତୁଲ ଲେଖିଛନ୍ତି, '# ଭାରତ, #ଡେ 90, ସଲମାନ ଖାନ, ଫିଲ୍ମ ଭାରତ ।'

ନିକଟରେ ଭାରତ ସେଟରୁ କ୍ୟାଟ୍ରିନାଙ୍କ ଫଟୋ ଭାଇରାଲ ହୋଇଥିଲା । ସେଥିରେ ସେ ଟିମ ସହ ଲଞ୍ଚ ବ୍ରେକର ମଜା ନେଉଥିବାର ନଜର ଆସିଥିଲେ । ପ୍ରକାଶ ଥାଉକି, ଫିଲ୍ମ ଭାରତରେ ସଲମାନଙ୍କ ଭୂମିକା 'ଭାରତ' । ରିଲିଜ ହୋଇଥିବା ଟିଜରରେ ସଲମାନଙ୍କର ପାଞ୍ଚୋଟି ଲୁକ ନଜର ଆସିଛି ।

ଫିଲ୍ମରେ ସଲମାନ ଓ କ୍ୟାଟ୍ରିନାଙ୍କ ଛଡା ତବ୍ବୁ, ଦିଶା ପଟାନୀ, ସୁନିଲ ଗ୍ରୋଭର, ଜ୍ୟାକି ଶ୍ରଫ ଆଦି ନଜର ଆସିବେ । ହେଲେ ଟିଜରରେ କେବଳ ସଲମାନଙ୍କ ଛଡା ଆଉ କେହି ବି ନଜର ଆସିନାହାଁନ୍ତି । ଫିଲ୍ମ ଭାରତ, ଯାହାକି ଅଲ୍ଲୀ ଆବ୍ବାସ ଜାଫରଙ୍କ ଦ୍ବାରା ନିର୍ଦ୍ଦେଶିତ । ପୂର୍ବରୁ ଉଭୟ ଟାଇଗର ଜିନ୍ଦା ହୈ ଓ ସୁଲତାନ ଭଳି ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମଟି ଇଦ ଅବସରରେ ଜୁନ 5ତାରିଖରେ ରିଲିଜ ହେବ ।

For All Latest Updates

ABOUT THE AUTHOR

...view details