ଓଡିଶା

odisha

ETV Bharat / sitara

ପୁଣି ମାମୁଁ ହେବେ ଭାଇଜାନ୍

ସଲମାନଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଏହି କୁନି ଅତିଥିକୁ ନେଇ ଉତ୍ସାହିତ ପରିବାର । ଦ୍ବିତୀୟଥର ମାତା-ପିତା ସାଜିବେ ଆୟୁଷ ଶର୍ମା ଓ ଅର୍ପିତା ଖାନ ।

ଡିଜାଇନ ଫଟୋ

By

Published : Sep 19, 2019, 11:27 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ 3’ ସୁଟିଂରେ ବ୍ୟସ୍ତ । ଏହାସହ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଇନଶାଲ୍ହା’ ଛାଡିବା ପାଇଁ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଫିଲ୍ମ ଗସିପ ଠାରୁ ଦୂର ତାଙ୍କ ଘରକୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଉତ୍ସାହିତ ପୁରା ପରିବାର ।

ଆଜ୍ଞା ହଁ, ସଲମାନ ଖୁବଶୀଘ୍ର ପୁଣିଥରେ ମାମୁଁ ହେବାକୁ ଯାଉଛନ୍ତି । ତାଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ତଥା ଅଭିନେତା ଆୟୁଷ ଶର୍ମା ଦ୍ବିତୀୟଥର ମାତା-ପିତା ହେବେ । ଏହି ଖୁସି ଖବର ସୂଚନା ଆୟୁଷ ଆଇଫା ଆୱାର୍ଡ 2019 ରେଡ କାର୍ପେଟରେ ମିଡିଆକୁ ଦେଇଥିଲେ ।

ତାଙ୍କ ଅନୁଯାୟୀ ସବୁବେଳେ ନୂଆ ଅତିଥି ଆସିବାର ଖୁସି ଉତ୍ସାହିତ ଭରା ହୋଇଥାଏ । ଅର୍ପିତା ଆଉ ସେ ଦ୍ବିତୀୟଥର ପିତା-ମାତା ହେବାକୁ ଯାଉଛନ୍ତି । ଆମ ଦୁଇଜଣଙ୍କ ବିବାହ ଯାତ୍ରା ଖୁବ୍ ଶାନଦାର ଚାଲିଛି । ଆଉ ଏମିତିରେ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ନେଇ ଖୁବ୍ ଉତ୍ସାହିତ ଦୁଇଜଣ ବୋଲି କହିଥିଲେ ଆୟୁଷ ।

ପ୍ରକାଶ ଥାଉକି ଆୟୁଷ ଓ ଅର୍ପିତା 2014 ନଭେମ୍ବର 18ରେ ବିବାହ କରିଥିଲେ । 2016ରେ ଏହି କପଲ ବେବି ବଏର ପିତା-ମାତା ସାଜିଥିଲେ ।

ABOUT THE AUTHOR

...view details