ଓଡିଶା

odisha

By

Published : Sep 18, 2019, 7:26 PM IST

ETV Bharat / sitara

‘ଡେଭିଲ’ ଟାଇଟଲରେ ରାଗିଲେ ଭାଇଜାନ

ତେଲୁଗୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଲିଉଡରେ ‘କବୀର ସିଂ’ ନିର୍ମାଣ କରି ସଫଳତା ଅର୍ଜନ କରିଛନ୍ତି । ଆଉ ଖୁବଶୀଘ୍ର ସେ ବଲିଉଡରେ ଦ୍ବିତୀୟ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କ ଫିଲ୍ମକୁ ନେଇ ଆପତ୍ତି ଜାହିର କରିଛନ୍ତି ସଲମାନ ଖାନ ।

ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ‘କବୀର ସିଂ’ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗା ଅଭିନେତା ରଣବୀର କପୁରଙ୍କୁ ନେଇ ନିଜର ଆଗାମୀ ଫିଲ୍ମ ନିର୍ମାଣ କରିବେ । ଯାହାର ଟାଇଟଲ ‘ଡେଭିଲ’ ରଖାଯିବ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସନ୍ଦୀପଙ୍କ ‘ଡେଭିଲ’ ଫିଲ୍ମକୁ ନେଇ ଭାଇଜାନ ସଲମାନ ଖାନ ଖୁସ୍ ନାହାଁନ୍ତି ।

କାରଣ ତାଙ୍କର ଆଗାମୀ ଫିଲ୍ମ ‘କିକ-2’ରେ ତାଙ୍କ ଭୂମିକାର ନାମ ମଧ୍ୟ ଡେଭିଲ । ତେଣୁ ତାଙ୍କୁ ସନ୍ଦୀପଙ୍କ ଆଗାମୀ ଫିଲ୍ମର ଟାଇଟଲ ପସନ୍ଦ ଆସିନାହିଁ । ଖାଲି ଏତିକି ନୁହେଁ ସଲମାନଙ୍କୁ ‘ଡେଭିଲ’ ଫିଲ୍ମରେ ରଣବୀରଙ୍କ କାଷ୍ଟିଂ ମଧ୍ୟ ପସନ୍ଦ ନାହିଁ ।

ପ୍ରକାଶ ଥାଉକି ସଲମାନ ଓ ରଣବୀରଙ୍କ ମଧ୍ୟରେ ଦୀର୍ଘ ସମୟରୁ ଖରାପ ସମ୍ପର୍କ ରହିଆସୁଛି । ଆଉ ନିଜ ଆଗାମୀ ଭୂମିକା ନାମରେ ରଣବୀରଙ୍କ ଫିଲ୍ମ ଟାଇଟଲ ରଖାଯାଉ ବୋଲି ଚାହୁଁନାହାଁନ୍ତି ସଲମାନ ।

ବର୍ତ୍ତମାନ ସଲମାନ ନିଜର ବହୁ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ର ସୁଟିଂରେ ଖୁବ୍ ବ୍ୟସ୍ତ । ଏହି ଫିଲ୍ମଟି ଡିସେମ୍ବର 20ରେ ରିଲିଜ ହେବାକୁ ଯାଉଛି । ସେହିପରି ରଣବୀର ମଧ୍ୟ ନିଜର ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରକୁ ନେଇ ଉତ୍ସାହିତ । ପ୍ରଥମଥର ଏହି ଫିଲ୍ମରେ ରଣବୀର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

ABOUT THE AUTHOR

...view details