ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ନିଜ ବନ୍ଧୁମାନଙ୍କ କେତେ ଦାୟିତ୍ବ ନିଅନ୍ତି ଏ କଥା ଅବା କାହାକୁ ଅଛପା । ତାଙ୍କ ଏହି ଗୁଣ ବିଷୟରେ କହିବାର ଆବଶ୍ୟକ ନାହିଁ । କାରଣ ସମସ୍ତଙ୍କୁ ଜଣା କି ସଲମାନ ସବୁବେଳେ ନିଜ ନିକଟତର ଲୋକଙ୍କ ଖୁବ୍ ଦାୟିତ୍ବ ନିଅନ୍ତି ତେବେ ସେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅବା କାହିଁକି ନହୁଅନ୍ତୁ । ସେ କେବେ ମଧ୍ୟ କୌଣସି ଦାୟିତ୍ବରୁ ପଛ ଘୁଞ୍ଚା ଦିଅନ୍ତି ନାହିଁ ।
ଏପରି ଏମିତି କିଛି ନିକଟରେ ଦେଖିବାକୁ ମିଳିଛି । 90 ଦଶକର ଅଭିନେତ୍ରୀ ରହିସାରିଥିବା ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀଙ୍କ ବର୍ଥଡେ ଜୁଲାଇ 9ରେ ଥିଲା । 54 ବର୍ଷରେ ପାଦ ରଖିଥିବା ସଙ୍ଗୀତାଙ୍କ ବର୍ଥଡେକୁ ଖାସ କରିବା ପାଇଁ ସଲମାନ ତାଙ୍କ ପାଇଁ ବଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ପୁରୁଣା ବନ୍ଧୁ ସାମିଲ ହୋଇଥିବାର ନଜର ଆସିଥିଲେ । ସଲମାନ ଓ ସଙ୍ଗୀତା ଇଣ୍ଡଷ୍ଟ୍ରିରେ ଭଲ ବନ୍ଧୁ ତାଲିକାରେ ସାମିଲ ।