ଓଡିଶା

odisha

ETV Bharat / sitara

ସାଉଦି ଆରବରେ ସମ୍ମାନିତ ସଲମାନ, ଦବଙ୍ଗଙ୍କୁ ଚିହ୍ନି ପାରିଲେନି ଓସ୍କାର ବିଜେତା

ସାଉଦି ଆରବର ଏକ ପୁରସ୍କାର ବିତରଣ ଉତ୍ସବରେ ସଲମାନ ଖାନଙ୍କୁ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି। ଅଧିକ ପଢନ୍ତୁ

By

Published : Jan 31, 2022, 12:09 PM IST

ଷ୍ଟେଜରେ ନିଜ ପରିଚୟ ଦେଲେ ସଲମାନ ଖାନ, ଅଭିନେତାଙ୍କୁ ଚିହ୍ନି ପାରିଲେନି ଜନ୍ ଟ୍ରାଭୋଲଟା
ଷ୍ଟେଜରେ ନିଜ ପରିଚୟ ଦେଲେ ସଲମାନ ଖାନ, ଅଭିନେତାଙ୍କୁ ଚିହ୍ନି ପାରିଲେନି ଜନ୍ ଟ୍ରାଭୋଲଟା

ହାଇଦ୍ରାବାଦ: ସାଉଦି ଆରବରେ ସମ୍ମାନିତ ହେଲେ ବଲିଉଡ ଦବଙ୍ଗ ସଲମାନ ଖାନ । ସେଠାରେ ଜେନେରାଲ ଏଣ୍ଟରଟେନମେଣ୍ଟ ଅଥରିଟି ଦ୍ୱାରା ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ସଲମାନଙ୍କୁ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମର ଏକ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଭାଇଜାନଙ୍କ ପ୍ରବଳ ଚର୍ଚ୍ଚା ।

ଏକ ଭିଡିଓରେ ସଲମାନ ଓସ୍କାର ବିଜେତା ତଥା ଆମେରିକୀୟ ଅଭିନେତା ଜନ୍ ଟ୍ରାଭୋଲଟାଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଖାସ କଥା ହେଉଛି ସଲମାନଙ୍କୁ ଚିହ୍ନି ପାରିନାହାନ୍ତି ଏହି ହଲିଉଡ ଷ୍ଟାର। ଯାହାର ଏକ ଭିଡିଓ ଇଣ୍ଟରନେଟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଦେଶରେ ସଲମାନ ଖାନଙ୍କୁ କିଏ ବା ଜାଣେ ନାହିଁ, କିନ୍ତୁ ସାଉଦି ଆରବରେ ସଲମାନଙ୍କୁ ନିଜର ପରିଚୟ ଦେବାକୁ ପଡିଛି । ଆୟୋଜିତ କାର୍ଯ୍ୟକ୍ରମରେ ସଲମାନ ତାଙ୍କ ପରିଚୟ ଦେଉଥିବାର ନଜର ଆସିଛନ୍ତି । ହଲିଉଡ ଷ୍ଟାରଙ୍କୁ କହିଛନ୍ତି, ‘ମୁଁ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରେ, ମୋ ନାଁ ସଲମାନ ଖାନ । ସୋସିଆଲ ମିଡିଆରେ ସଲମାନ ଖାନଙ୍କ ଏହି କହିବା ଷ୍ଟାଇଲକୁ ପ୍ରଶଂସକମାନେ ପ୍ରଶଂସା କରୁଛନ୍ତି’।

ସଲମାନ ଖାନଙ୍କ ଫ୍ୟାନ୍ କ୍ଲବ ମାଧ୍ୟମରେ ସେୟାର ହୋଇଥିବା ଏକ ଭିଡିଓରେ ସେ ଟ୍ରାଭୋଲଟାକୁ ଯାଇ ତାଙ୍କୁ 'ଉତ୍କୃଷ୍ଟ' ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଆଗ ଧାଡିରେ ବସିଥିବା ସଲମାନ ଖାନ ଏବଂ ଜନ୍ ଟ୍ରାଭୋଲ୍ଟାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 'ଗ୍ରୀସ୍' ଅଭିନେତାଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ମିଳିଥିବାବେଳେ ସଲମାନ ଖାନଙ୍କୁ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details