ଓଡିଶା

odisha

By

Published : Jan 29, 2020, 2:18 PM IST

ETV Bharat / sitara

ପୁଣି ବିବାଦରେ ସଲମାନ, ଗୋଆରେ ଏଣ୍ଟ୍ରି ହେବ ବ୍ୟାନ!

ଫ୍ୟାନଙ୍କ ହାତରୁ ମୋବାଇଲ ଫୋନ ଛଡାଇବା ସଲମାନଙ୍କୁ ପଡିଲା ମହଙ୍ଗା । ତାଙ୍କ ଗୋଆ ଏଣ୍ଟ୍ରି ଉପରେ ବ୍ୟାନ ଲଗାଇବାକୁ ଦାବି ।

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ବିବାଦ ଓ ସଲମାନ ଖାନ ପରସ୍ପର ସହ ଜଡିତ । ଏମିତି କେବେ ହୋଇନଥିବ, ଯେବେ ସଲମାନ ବିବାଦ ଘେରରେ ଆସିନଥିବେ । ଏମିତି ହିଁ କିଛି ମଙ୍ଗଳବାର ଗୋଆ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଯେବେ ସେ ଜଣେ ଫ୍ୟାନ୍ସଙ୍କ ହାତରୁ ରାଗରେ ଫୋନ ଛଡାଇ ନେଇଥିଲେ । ତାଙ୍କର ଏପରି ବ୍ୟବହାର ଫ୍ୟାନ୍ସଙ୍କୁ ସହଜରେ ହଜମ ହୋଇନଥିଲା । ଏବେ ତାଙ୍କର ଏପରି ବ୍ୟବହାର ଉପରେ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ(ଏନସିୟୁଆଇ) ସଲମାନଙ୍କ ଏହି ବ୍ୟବହାରକୁ ଆଦୌ ପସନ୍ଦ କରିନାହିଁ । ରିପୋର୍ଟ ଅନୁଯାୟୀ ଏନସିୟୁଆଇ ସଲମାନଙ୍କ ଗୋଆ ଏଣ୍ଟ୍ରି ଉପରେ ବ୍ୟାନ ପାଇଁ ଦାବି କରିଛି । ଯେପର୍ଯ୍ୟନ୍ତ ସଲମାନ ସାଧାରଣଭାବେ ସମସ୍ତଙ୍କୁ କ୍ଷମା ନ ମାଗିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

ଏନସିୟୁଆଇ ଅଧ୍ୟକ୍ଷ ଅହରାଜ ମୁଲ୍ଲା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଏହି ମାମଲାରେ ଚିଠି ଲେଖିଛନ୍ତି । ଚିଠିରେ ଲେଖାଯାଇଛି, ‘ମୁଁ ଏହା ନିବେଦନ କରୁଛି କି ଆପଣଙ୍କ ଏଥୋରିଟି ଦୟା କରି ଏହି ମାମଲାକୁ ଗମ୍ଭୀରତା ରୂପେ ନିଅନ୍ତୁ । ଅଭିନେତାଙ୍କୁ କ୍ଷମା ଦାବି କରାଯାଉ । କାରଣ ସାବର୍ଜନିକ ରୂପେ ଏହା ଫ୍ୟାନଙ୍କ ଅପମାନ । ଏପରି ଖରାପ ରେକର୍ଡ ଥିବା ହିଂସକ ଅଭିନେତାଙ୍କୁ ଗୋଆ ଆସିବାକୁ ଅନୁମତି ମିଳିବା କଥା ନୁହେଁ ।

ଏନସିୟୁଆଇ ବ୍ୟତୀତ ପୂର୍ବ ଏମପି ଓ ଗୋଆର ବିଜେପି ସେକ୍ରେଟେରୀ ନରେନ୍ଦ୍ର ସାଭଇକର, ସଲମାନଙ୍କ ବ୍ୟବହାରକୁ ଭୁଲ କହିଛନ୍ତି । ସେ ସଲମାନଙ୍କ ଭିଡିଓ ଟ୍ବିଟ କରି ଲେଖିଛନ୍ତି, ‘ଜଣେ ସେଲିବ୍ରିଟି ରୂପେ ଲୋକେ ଏବଂ ଫ୍ୟାନ୍ସ ଆପଣଙ୍କ ସହ ସାର୍ବଜନିକ ସ୍ଥାନରେ ସେଲ୍ଫି ନେବେ । ଆପଣଙ୍କ ଏଟିଟ୍ୟୁଡ ଓ ବ୍ୟବହାର ଅପମାନଜନକ । ଆପଣଙ୍କୁ ଏଥି ପାଇଁ କ୍ଷମା ମାଗିବା ଦରକାର ।’

ABOUT THE AUTHOR

...view details