ଓଡିଶା

odisha

ETV Bharat / sitara

ୱେବ ଚାର୍ଟ ଶୋର ହୋଷ୍ଟ କରିବେ ସଲମାନଙ୍କ ଖାସ୍ ବନ୍ଧୁ ୟୁଲିୟା - ୱେବ ଚାର୍ଟ ଶୋର ହୋଷ୍ଟ କରିବେ ସଲମାନଙ୍କ ଖାସ୍ ବନ୍ଧୁ ୟୁଲିୟା

ଅନେକ ଦିନ ପର୍ଯ୍ୟନ୍ତ ସଲମାନ ଖାନଙ୍କ ସହ ସବୁ ପାର୍ଟିରେ ନଜର ଆସୁଥିବା ତାଙ୍କ ଫ୍ରେଣ୍ଡ ୟୁଲିୟା ବେନ୍ତୁରକୁ ଏବେ ଏକ ଟକ ସୋରେ ଦେଖିବାକୁ ପାଇବେ ଦର୍ଶକ। ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : May 16, 2020, 9:26 PM IST

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଫ୍ରେଣ୍ଡ ୟୁଲିୟା ବେନ୍ତୁରଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ସେ ଖୁବଶୀଘ୍ର ୱେବ ସିରିଜ ସୋକୁ ହୋଷ୍ଟ କରୁଥିବାର ନଜର ଆସିବେ । ତାଙ୍କୁ ଏକ ପ୍ରଡକ୍ସନ ହାଉସ ନିଜର ଆଗାମୀ ସୋ ହୋଷ୍ଟ କରିବାକୁ ଅଫର ଦେଇଛନ୍ତି । ଏହା ଏକ ଚାର୍ଟ ସୋ ହେବ। ସଲମାନଙ୍କ ପାଇଁ ଏହି ସୋ ତାଙ୍କୁ ଅଫର ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ୟୁଲିୟା ଫେମସ ଅଭିନେତାଙ୍କ ସହ କଥାବାର୍ତ୍ତା କରିବେ । ଆଉ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସମସ୍ତଙ୍କୁ ଜଣାଇବେ । ଶୁଣିବାକୁ ମିଳୁଛି ଯେ ଏହି ସୋର ସବୁ ଏପିସୋଡ ଭିନ୍ନ ଭିନ୍ନ କଳାକାରଙ୍କ ନାମରେ ହେବ ।

ବର୍ତ୍ତମାନ ଅତିଥି ହୋଇ ଶୋରେ ଯୋଗ ଦେବାକୁ ଯାଉଥିବା ଦର୍ଶକ ଓ କଳାକାରଙ୍କ ସୂଚୀ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି ପ୍ରଡକ୍ସନ ହାଉସ । ସବୁଠାରୁ ମୁଖ୍ୟ କଥା ହେଲା ଯେ ଏହି ସୋର ପ୍ରଥମ ଏପିସୋଡ ସଲମାନଙ୍କଠୁ ଆରମ୍ଭ ହେବ । ପୁରା ଟିମ ତାଙ୍କ ସହ ସୋ ଆରମ୍ଭ କରିବାକୁ ନେଇ ଉତ୍ସାହିତ ।

ପ୍ରକାଶ ଥାଉକି ବର୍ତ୍ତମାନ କୋରୋନା ଭାଇରସ ତାଣ୍ଡବ ପାଇଁ ସବୁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଟିଭି ସୋଠୁ ନେଇ ଫିଲ୍ମର ସୁଟିଂ, ରିଲିଜକୁ ଏବେ ବନ୍ଦ ରଖାଯାଇଛି । ପରିସ୍ଥିତି ସ୍ବଭାବିକ ହେଲା ପରେ ଏହି ସୋର ସୁଟିଂ ଆରମ୍ଭ କରିବେ ମେକର୍ସ ।

ABOUT THE AUTHOR

...view details