ଓଡିଶା

odisha

ETV Bharat / sitara

25 ହଜାର ଶ୍ରମିକଙ୍କୁ ସାହାଯ୍ୟ କରିବେ ଭାଇଜାନ - salman-khan-financial-support-to workers

କୋରୋନା ମହାମାରୀ ପାଇଁ ସମଗ୍ର ଦେଶ ଅସୁବିଧାରେ ପଡିଛି । ଏଭଳି ପରିସ୍ଥିତିରେ ବଲିଉଡର ଭାଇଜାନ ତଥା ସଲମାନ ଖାନ ପୁଣି ଥରେ ଇଣ୍ଡଷ୍ଟ୍ରିର ଦିନ ମଜୁରିଆଙ୍କୁ ସହଯୋଗର ହାତ ବଢାଇଛନ୍ତି। ଅଧିକ ପଢନ୍ତୁ...

salman-khan-financial-support-to-25-thousand-film-industry-workers-actor-will-donate-1500-rupees
ପୁଣି ଦୈନିକ ମଜୁରୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇଲେ ଭାଇଜାନ

By

Published : May 8, 2021, 6:59 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ପାଇଁ ସମଗ୍ର ଦେଶ ଅସୁବିଧାରେ ପଡିଛି । ଗୋଟିଏ ପଟେ ଦେଶ ଔଷଧ, ଅକ୍ସିଜେନ, ଡାକ୍ତରଖାନା, ବେଡ ଏବଂ ଖାଦ୍ୟ ଅଭାବ ସହ ସଂଘର୍ଷ କରୁଥିବାବେଳେ ଅନ୍ୟ ପଟେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଖୋଲାଖୋଲି ଭାବେ ହାତ ବଢାଉଛନ୍ତି । ବହୁ ବଲିଉଡ ସେଲିବ୍ରିଟିମାନେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ଏଭଳି ପରିସ୍ଥିତିରେ ବଲିଉଡର ଭାଇଜାନ ତଥା ସଲମାନ ଖାନ ପୁଣି ଥରେ ଇଣ୍ଡଷ୍ଟ୍ରିର ଦିନ ମଜୁରିଆଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ସଲମାନ ଇଣ୍ଡଷ୍ଟ୍ରିର 25 ହଜାର ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି । ଯେଉଁଥିରେ ଟେକ୍ନିସିଆନ୍, ମେକଅପ୍ ଆର୍ଟିଷ୍ଟ, ଷ୍ଟଣ୍ଟମ୍ୟାନ୍ ଏବଂ ସ୍ପଟବଏ ଅନ୍ତର୍ଭୁକ୍ତ । ଏହି ବିଷୟରେ ସୂଚନା Federation of Western Indian Cine Employees (FWICE) ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆନ୍ ସିନେ ଏମପ୍ଲୋଇଜ (FWICE) ର ସଭାପତି ବି.ଏନ୍ ତିୱାରି ଦେଇଛନ୍ତି ।

ବି.ଏନ୍ ତିୱାରୀ କହିଛନ୍ତି ଯେ, ସଲମାନଙ୍କୁ ଲୋକଙ୍କ ତାଲିକା ପଠାଇଥିଲେ ଏବଂ ସେ ତାଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ। ସେ ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଖବର ଅନୁଯାୟୀ, ସଲମାନ ପ୍ରତ୍ୟେକ ଶ୍ରମିକଙ୍କୁ 1,500 ଟଙ୍କା ଦାନ କରିବେ । ଏହା ବ୍ୟତୀତ ବି.ଏନ୍ ତିୱାରୀ କହିଛନ୍ତି ଯେ, ଆମେ ୟଶ ରାଜ ଫିଲ୍ମସକୁ 35,000 ବରିଷ୍ଠ ନାଗରିକ କାର୍ଯ୍ୟକର୍ତ୍ତାଙ୍କ ତାଲିକା ପଠାଇଛୁ ଏବଂ ସେମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଛନ୍ତି।

ପ୍ରକାଶ ଥାଉ ଯେ, କେବଳ ଭାଇଜାନ ନୁହଁନ୍ତି, ଫିଲ୍ମ 'ରାଧେ'ର ନିର୍ମାତା ମଧ୍ୟ କୋରୋନା ବିରୋଧରେ ଲଢିବା ପାଇଁ ଫିଲ୍ମର ରୋଜଗାରର ଏକ ଅଂଶ ଦାନ କରିବେ ବୋଲି ଘୋଷଣା କରିଛନ୍ତି।

For All Latest Updates

ABOUT THE AUTHOR

...view details