ଓଡିଶା

odisha

ETV Bharat / sitara

ତାମିଲ ଫିଲ୍ମର ରିମେକ ସଲମାନଙ୍କ ଆଗାମୀ ଫିଲ୍ମ - ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କଭି ଇଦ କଭି ଦିୱାଲୀ’

ସାଉଥ ସୁପରଷ୍ଟାର ଅଜିତଙ୍କ ‘ଭୀରମ’ର ହିନ୍ଦୀ ରିମେକ ଫିଲ୍ମ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କଭି ଇଦ କଭି ଦିୱାଲୀ’। ଫିଲ୍ମକୁ ଆସନ୍ତା ବର୍ଷ ଇଦରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ।

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

By

Published : Mar 11, 2020, 9:39 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ପାଖରେ ବର୍ତ୍ତମାନ ଅନେକ ଫିଲ୍ମ । ‘ଦବଙ୍ଗ 3’ ରିଲିଜ ପରେ ସଲମାନଙ୍କ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ସୁଟିଂ ଆରମ୍ଭ ହୋଇଥିଲା। ଏବର୍ଷ ଇଦ ଅବସରରେ ଫିଲ୍ମକୁ ରିଲିଜ କରିବେ ମେକର୍ସ। ନିକଟରେ ତାଙ୍କ ଆଉ ଏକ ଫିଲ୍ମ ‘କଭି ଇଦ କଭି ଦିୱାନୀ’ର ଘୋଷଣା ମଧ୍ୟ କରାଯାଇଥିଲା । ଫିଲ୍ମର ଷ୍ଟୋରିଲାଇନକୁ ନେଇ ଅନେକ କଳ୍ପନାଜଳ୍ପନା କରିବାରେ ବ୍ୟସ୍ତ ଫ୍ୟାନ୍ସ।

ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସଲମାନଙ୍କ ଆଗାମୀ ଫିଲ୍ମ ‘କଭି ଇଦ କଭି ଦିୱାଲୀ’ ପପୁଲାର ସାଉଥ ଫିଲ୍ମର ହିନ୍ଦୀ ରିମେକ ବୋଲି। ଆଜ୍ଞା ହଁ, ସାଉଥ ସୁପରଷ୍ଟାର ଅଜିତଙ୍କ ‘ଭୀରମ’ର ଏହା ରିମେକ।

ସଲମାନଙ୍କୁ ଏହି ଫିଲ୍ମର ଅଫର ନିର୍ମାତା ଫରହାଦ ସାମଜୀ ଅଫର କରିଥିଲେ। ଫିଲ୍ମର କନସେପ୍ଟ ତାଙ୍କୁ ଖୁବ୍ ପସନ୍ଦ ଆସିବାରୁ ସେ ସଙ୍ଗେ ସଙ୍ଗେ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ। ଫିଲ୍ମରେ ହିନ୍ଦୁ-ମୁସଲମାନର କାହାଣୀ ଦେଖିବାକୁ ମିଳିବ । ଯେଉଁଥିରେ ଚାରି ଭାଇଙ୍କ କାହାଣୀକୁ ନେଇ ପର୍ଯ୍ୟବେଶିତ ହେବ।

ପ୍ରକାଶ ଥାଉକି ମେକର୍ସ ସେହି ତାମିଲ ଫିଲ୍ମର ରାଇଟ୍ସ କିଣିସାରିଛନ୍ତି। ଫିଲ୍ମର ଟାଇଟଲକୁ ମ୍ୟାଚ କରି ମେକର୍ସ ଫିଲ୍ମର କାହାଣୀରେ କିଛି ପରିବର୍ତ୍ତନ କରିଛନ୍ତି। ସଲମାନଙ୍କ ବ୍ୟତୀତ ଫିଲ୍ମରେ ପୂଜା ହେଗଡେ, ଆୟୁଷ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ହେଲେ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ଖୁଲାସା ଏଯାବତ ହୋଇନାହିଁ। ଫିଲ୍ମକୁ ଆସନ୍ତା ବର୍ଷ ଇଦରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ।

ABOUT THE AUTHOR

...view details