ଓଡିଶା

odisha

ETV Bharat / sitara

ସଲିମ-ଜାଭେଦଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଡକ୍ୟୁମେଣ୍ଟ୍ରି ଫିଲ୍ମ ! - documentary-film-on-salim-javed

ବଲିଉଡର ସବୁଠାରୁ ଫେମସ ଲେଖକ ଯୋଡି ସଲିମ ଖାନ ଏବଂ ଜାଭେଦ ଅଖତରଙ୍କ ଉପରେ ଏକ ଡକ୍ୟୁମେଣ୍ଟ୍ରି ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ସଲମାନ ଖାନ, ଫରହାନ ଅଖତର ଏବଂ ଜୋୟା ଅଖତର ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

salman-khan-farhan-akhtar-and-zoya-akhtar-to-produce-documentary-film-on-salim-javed
ସଲିମ-ଜାଭେଦଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଡକ୍ୟୁମେଣ୍ଟ୍ରି ଫିଲ୍ମ !

By

Published : Jun 15, 2021, 7:15 PM IST

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଫେମସ ଲେଖକ ଯୋଡି ସଲିମ ଖାନ ଏବଂ ଜାଭେଦ ଅଖତରଙ୍କ ଉପରେ ଏକ ଡକ୍ୟୁମେଣ୍ଟ୍ରି ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ସଲମାନ ଖାନ, ଫରହାନ ଅଖତର ଏବଂ ଜୋୟା ଅଖତର ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ।

ସଲମାନ ଖାନ ଫିଲ୍ମସ, ଏକ୍ସେଲ ଏଣ୍ଟରଟେନମେଣ୍ଟ ଏବଂ ଟାଇଗର ବେବି ଫିଲ୍ମସ ଖୁବ୍ ଶୀଘ୍ର ସଲିମ ଖାନ ଏବଂ ଜାଭେଦ ଅଖତରଙ୍କ ଡକ୍ୟୁମେଣ୍ଟ୍ରି- 'ଆଙ୍ଗ୍ରି ୟଙ୍ଗ ମ୍ୟାନ' ଏକାଠି ଉପସ୍ଥାପନ କରିବାକୁ ଯାଉଛନ୍ତି ।

ନମ୍ରତା ରାଓ ଏହି ଡକ୍ୟୁମେଣ୍ଟ୍ରିର ନିର୍ଦ୍ଦେଶନା ଦେବେ । ଏଥିରେ ଏହି ଦୁଇ ଲେଖକଙ୍କ କାହାଣୀ ଦର୍ଶାଯିବ। ସେମାନେ କିପରି ବଲିଉଡ ଚଳଚ୍ଚିତ୍ରକୁ ଏକ ନୂଆ ରୂପ ଦେଇଥିଲେ ।

ସଲିମ-ଜାଭେଦଙ୍କ ଯୋଡି ଶୋଲେ, ଡନ୍, ଜନଜୀର, କ୍ରାନ୍ତି, ସୀତା ଅର ଗୀତା, ୟାଦୋ କି ବାରାତ୍, ମଜବୁର, ହାଥ କି ସଫାଇ, ଦିୱାର, ତ୍ରିଶୂଲ, କାଲା ପଥର୍, ଦୋସ୍ତାନା, ଶାନ୍, ମିଷ୍ଟର ଇଣ୍ତିଆ ଭଳି ମହାନ ତଥା ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ।

ପ୍ରକାଶ ଥାଉ କି, ଏକ ସମୟରେ ଅମିତାଭ ବଚ୍ଚନଙ୍କୁ ସୁପରଷ୍ଟାର କରିବାର ଶ୍ରେୟ ମଧ୍ୟ ସଲିମ-ଜାଭେଦଙ୍କୁ ଦିଆଯାଉଥିଲା। ସେ ବଲିଉଡରେ'ଆଙ୍ଗ୍ରି ୟଙ୍ଗ ମ୍ୟାନ' ଥିମ୍ ଉପରେ ଫିଲ୍ମ ଲେଖିଥିଲେ। ସେଥିପାଇଁ ଏହି ଡକ୍ୟୁମେଣ୍ଟ୍ରିର ନାଁ ବୋଧହୁଏ 'ଆଙ୍ଗ୍ରି ୟଙ୍ଗ ମ୍ୟାନ' ରଖାଯାଇଛି ।

ABOUT THE AUTHOR

...view details