ମୁମ୍ବାଇ: କୋରୋନା ଭାଇରସ ଦ୍ବାରା ସମଗ୍ର ଦେଶ ଅସୁବିଧାରେ ପଡିଛି। ଯାହାକୁ ନେଇ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଛି। ଏହି ଲକଡାଉନରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ। ଲକଡାଉନ ଆରମ୍ଭରୁ ସୁପରଷ୍ଟାର ସଲମାନ ଖାନ ସେମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। କେତେବେଳେ ସେ ଲୋକଙ୍କ ଆକାଉଣ୍ଟରେ ଟଙ୍କା ପଠାଉଛନ୍ତି ତ ଆଉ କେତେବେଳେ ଖାଦ୍ୟ । ଏଥର ପୁଣି ଏମିତି କିଛି ଦେଖିବାକୁ ମିଳିଛି।
5 ହଜାର ପରିବାରକୁ ଖାଦ୍ୟ ବାଣ୍ଟିଲେ ଭାଇଜାନ
ପୁଣିଥରେ ନିଜ ଶାନଦାର କାର୍ଯ୍ୟ ପାଇଁ ସମସ୍ତଙ୍କ ମନ କିଣିଛନ୍ତି ସଲମାନ ଖାନ। ଏଥର ଇଦରେ 5 ହଜାର ପରିବାରକୁ ଭୋକିଲାରେ ରଖିନାହାଁନ୍ତି ସେ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ଇଦ ଅବସରରେ ସଲମାନ ପ୍ରାୟ 5000 ପରିବାରର ଇଦକୁ ଖାସ୍ କରିଛନ୍ତି। ଆଜ୍ଞା ହଁ, ସେ ସମସ୍ତଙ୍କୁ ଖାଦ୍ୟ ପ୍ୟାକେଟ ପଠାଇଥିଲେ। ତାଙ୍କ ଅନୁଯାୟୀ ଇଦ ଭଳି ଅବସରରେ କେହି ଭୋକରେ ନ ରୁହନ୍ତୁ।
ପ୍ରକାଶ ଥାଉକି ଯେ ସଲମାନ ଏବେ ତାଙ୍କ ପାନଭେଲ ଫାର୍ମହାଉସରେ ରହୁଛନ୍ତି । ତେବେ କିଛି ଦିନ ପୂର୍ବରୁ ସଲମାନ ବାନ୍ଦ୍ରାସ୍ଥିତ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ନଜର ଆସିଥିଲେ। ଇଦର ଦୁଇଦିନ ପୂର୍ବରୁ ସେ ପିତା-ମାତାଙ୍କୁ ସାକ୍ଷାତ କରିବାକୁ ମୁମ୍ବାଇରେ ପହଞ୍ଚିଥିଲେ।