ଓଡିଶା

odisha

ETV Bharat / sitara

ଭାଣିଜୀ ଆୟତଙ୍କୁ କୋଳରେ ଧରି ନାଚିଲେ ସଲମାନ - salman-khan-did-a-dance-with-his-nieces

ଫିଲ୍ମ 'ଅନ୍ତିମ'ର ସୁଟିଂ ସମୟରେ ସଲମାନ ଭାଣିଜୀ ଆୟତଙ୍କ ସହିତ ବହୁ ମସ୍ତି କରିଥିଲେ । ଏବେ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ସୁନ୍ଦର ଭିଡିଓରେ ସଲମାନ ଗୋଟିଏ ହାତରେ ଆୟତଙ୍କୁ କୋଳରେ ଧରି ନାଚୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

salman-khan-did-a-dance-with-his-nieces
ଭାଣିଜୀ ଆୟତଙ୍କୁ କୋଳରେ ଧରି ନାଚିଲେ ସଲମାନ

By

Published : Jan 23, 2021, 7:18 AM IST

ନୂଆଦିଲ୍ଲୀ: ଏବେ ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜର ଆଗାମୀ ଫିଲ୍ମ 'ଅନ୍ତିମ' ର ସୁଟିଂରେ ବହୁ ବ୍ୟସ୍ତ ଅଛନ୍ତି ।

ଫିଲ୍ମ 'ଅନ୍ତିମ'ର ସୁଟିଂ ସମୟରେ ସଲମାନ ଭାଣିଜୀ ଆୟତଙ୍କ ସହିତ ବହୁ ମସ୍ତି କରିଥିଲେ । ଏବେ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ।

ଏହି ସୁନ୍ଦର ଭିଡିଓରେ ସଲମାନ ଗୋଟିଏ ହାତରେ ଆୟତଙ୍କୁ କୋଳରେ ଧରି ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଗୀତ ‘ତୁ ଜୋ ମିଲା’ ବ୍ୟାକଗ୍ରାଉଣ୍ତରେ ବାଜୁଥିବାର ଶୁଣିବାକୁ ମିଳିଛି । ଯାହା ସଲମାନଙ୍କ ଫିଲ୍ମ 'ବଜରଙ୍ଗୀ ଭାଇଜାନ'ର ଅଟେ।

ଏହି ଭିଡିଓରେ ସଲମାନ ଜଣେ ଶିଖଙ୍କ ଗେଟଅପ୍ ରେ ନଜର ଆସିଛନ୍ତି । ସେ ପଗଡି ମଧ୍ୟ ପିନ୍ଧିଛନ୍ତି ।

ଏହି ଭିଡିଓ ସେୟାର କରି କ୍ୟାପସନରେ ଅର୍ପିତା ଲେଖିଛନ୍ତି, ଅନ କଣ୍ଡିସନାଲ ଲଭ୍ ।

ଏବେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ପୋଷ୍ଟିଂର ଦୁଇ ଘଣ୍ଟା ମଧ୍ୟରେ ଏହାକୁ ଏପର୍ଯ୍ୟନ୍ତ 89,481 ଭ୍ୟୁଜ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ସଲମାନଙ୍କୁ ଚଳଚ୍ଚିତ୍ର 'ଅନ୍ତିମ'ରେ ଶିଖ୍ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ଆୟୁଷଙ୍କ ସହ ମଧ୍ୟ ଦେଖିବାକୁ ମିଳିବ। ଆୟୁଷ ହେଉଛନ୍ତି ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସ୍ବାମୀ ।

ABOUT THE AUTHOR

...view details