ମୁ୍ମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ନିକଟରେ ରିଲିଜ ହୋଇଥିଲା। ଫିଲ୍ମରେ ସଲମାନଙ୍କ ସହ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଓ ନିର୍ମାତା ମହେଶ ମାଞ୍ଜରେକରଙ୍କ ଲାଡଲୀ ସାଇ ମାଞ୍ଜରେକର ନଜର ଆସିଥିଲେ। ଏହି ଫିଲ୍ମ ଜରିଆରେ ସାଇ ବଲିଉଡରେ ଡେବ୍ୟୁ କରିଛନ୍ତି। ଇତିମଧ୍ୟରେ ସଲମାନ ଓ ସାଇଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ନିକଟରେ ସଲମାନ ଏକ ପ୍ରାଇଭେଟ ପାର୍ଟିର ଆୟୋଜନ କରିଥିଲେ। ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳୁଛି।
ସଲମାନ ଓ ସାଇଙ୍କ ଟେବୁଲ ଡାନ୍ସ, ଫଟୋ ଭାଇରାଲ - ହେଶ ମାଞ୍ଜରେକରଙ୍କ ଲାଡଲୀ ସାଇ ମାଞ୍ଜରେକର
ଡେବ୍ୟୁ ଷ୍ଟାର ସାଇ ମାଞ୍ଜରେକରଙ୍କ ସହ ଡାନ୍ସ କଲେ ସଲମାନ ଖାନ। ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁଇଜଣଙ୍କ ଫଟୋ। ‘ଦବଙ୍ଗ 3’ ଫିଲ୍ମ ଜରିଆରେ ବଲିଉଡରେ ପଦାର୍ପଣ କରିଛନ୍ତି ନିର୍ମାତା ମହେଶ ମାଞ୍ଜରେକରଙ୍କ ଲାଡଲୀ ସାଇ।
ସଲମାନ ନିଜ ପନୱେଲ ସ୍ଥିତ ଫାର୍ମ ହାଉସରେ ନୂଆ ବର୍ଷର ସେଲିବ୍ରେଶନ ପାର୍ଟି ରଖିଥିଲେ । ଏହି ପାର୍ଟିରେ ସଲମାନ ‘ଦବଙ୍ଗ 3’ କୋଷ୍ଟାର ସାଇ ମଧ୍ୟ ସାମିଲ ହୋଇଥିଲେ । ଆଉ ମସ୍ତିମୁଡରେ ସଲମାନ ଓ ସାଇ ଟେବୁଲ ଉପରେ ଚଢି ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଯାହା ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ସଲମାନଙ୍କ ଏହି ପାର୍ଟିରେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀ ମଧ୍ୟ ସାମିଲ ହୋଇଥିଲେ । ତାଙ୍କ ବ୍ୟତୀତ ସଲମାନଙ୍କ ଜୟ ହୋ କୋଷ୍ଟାର ଡେଜି ଶାହ ମଧ୍ୟ ପାର୍ଟିରେ ନଜର ଆସିଥିଲେ । ‘ଦବଙ୍ଗ 3’ ରିଲିଜ ପରଠୁ ସଲମାନ ନିଜ ଅପକମିଂ ଫିଲ୍ମ ‘ରାଧେ’ ସୁଟିଂରେ ବ୍ୟସ୍ତ ହୋଇଯାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ମାତା ଓ ଅଭିନେତା ପ୍ରଭୁଦେବା। ଚଳିତ ବର୍ଷ ଇଦରେ ରିଲିଜ ହେବ ଏହି ଫିଲ୍ମ।