ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନ ନିଜର ବହୁ ଚର୍ଚ୍ଚିତ ଫିଲ୍ମ 'ଭାରତ'ର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଆସନ୍ତା 5 ତଥା ଇଦ ଅବସରରେ ରିଲିଜ ହେବାକୁ ଯାଉଛି । ଇତିମଧ୍ୟରେ ସଲମାନ ପିଏମ ମୋଦିଙ୍କ ପାଇଁ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରିଛନ୍ତି । ସୋସିଆଲ ମିଡିଆରେ ସେ ପିଏମଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେ ପିଏମ ମୋଦିଙ୍କୁ ଦ୍ବିତୀୟଥର ବିଜୟ ହାସଲ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ସଲମାନଙ୍କ ଫ୍ୟାନ୍ସ ମଧ୍ୟ ଏହି ପୋଷ୍ଟରେ ପିଏମ ମୋଦିଙ୍କୁ ଶୁଭେଚ୍ଛା ଦେଇଥିବାର ନଜର ଆସୁଛନ୍ତି ।