ଓଡିଶା

odisha

By

Published : Apr 16, 2020, 5:29 PM IST

ETV Bharat / sitara

ଲକଡାଉନ: ଦେଶବାସୀଙ୍କ ଉପରେ ଖପ୍ପା ଭାଇଜାନ

ଇନଷ୍ଟାଗ୍ରାମରେ 9 ମିନିଟର ଭିଡିଓ ସେୟାର କରି ନିଜ ମନ କଥା ବଖାଣିଲେ ସଲମାନ। ଲକଡାଉନ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଜୋକର କଲେ ସେ।

_salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପ ପୁରା ବିଶ୍ବରେ ମାଡିଚାଲିଛି । ପ୍ରାୟତଃ ହଜାର ହଜାର ଲୋକ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ କଣ୍ଟ୍ରୋଲ କରିବା ପାଇଁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି। ପୂର୍ବରୁ ଏମାସ 14 ତାରିଖ ପର୍ଯ୍ୟନ୍ତ ଲକଡାଉନ ବ୍ୟବସ୍ଥା ଥିଲା । ହେଲେ ଏହାର ସମୟ ସୀମା ବୃଦ୍ଧି କରାଯାଇ ମେ 3 ପର୍ଯ୍ୟନ୍ତ କରିଦିଆଯାଇଛି।

ଅନେକ ଲୋକ ଏବେ ଲକଡାଉନର ପାଳନ କରୁନାହାଁନ୍ତି। ଯାହାକୁ ନେଇ କ୍ରୋଧିତ ନଜର ଆସୁଛନ୍ତି ଭାଇଜାନ ସଲମାନ ଖାନ। ଲକଡାଉନ ପାଳନ କରୁନଥିବା ଲୋକଙ୍କ ଉପରେ ସୋସିଆଲ ମିଡିଆରେ ରାଗି ପ୍ରକାଶ କରିଛନ୍ତି।

ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରି କହିଛନ୍ତି,‘ଟିଭିର ବିଗ ବସ ଏବେ ଆରମ୍ଭ ହୋଇନାହିଁ ବରଂ ଜୀବନର ବିଗ ବସ ଆରମ୍ଭ ହୋଇଯାଇଛି। ହେଲେ କିଛି ଲୋକ ଲକଡାଉନ ପାଳନ କରୁନାହାଁନ୍ତି । ଏହି କିଛି ଜୋକରଙ୍କ ପାଇଁ କୋରୋନା ବ୍ୟାପିବାରେ ଲାଗିଛି। ଏହି ଲୋକଙ୍କ ପାଇଁ ପୁରା ହିନ୍ଦୁସ୍ଥାନ ଘରେ ବସିବ।’

ଖାଲି ଏତିକି ନୁହେଁ ସଲମାନ ଏହି ଭିଡିଓରେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସେ ପୁରା ପରିବାର ସହ ପନୱେଲ ଫାର୍ମହାଉସରେ ସମୟ ବିତାଉଛନ୍ତି। ସେ ଦୁଇ ଦିନ ପାଇଁ ସେଠାକୁ ଯାଇଥିଲେ । ହେଲେ ଲକଡାଉନ ପାଇଁ ସେଠାରେ ଅଛନ୍ତି । ଆଉ ଏକ ନିୟମ ମଧ୍ୟ ଲାଗୁ କରିଛନ୍ତି। ଯେଉଁଥିରେ ଘରର କୌଣସି ସଦସ୍ୟ ବାହାରକୁ ଯିବ ନାହିଁ ଆଉ ବାହାରର କେହି ଘରକୁ ଆସିବ ନାହିଁ । ଯାହାକୁ ସମସ୍ତେ ପାଳନ କରୁଛନ୍ତି ।

ABOUT THE AUTHOR

...view details