ଓଡିଶା

odisha

ETV Bharat / sitara

ବଦଳିଲା କଭି ଇଦ୍ କଭି ଦିୱାଲୀ ଡେଟ, ଭାଇଜାନଙ୍କ ଜନ୍ମଦିନରେ ହେବ ରିଲିଜ

ସଲମାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲୀର ରିଲିଜ୍ ତାରିଖ ବଦଳିଛି । ଚଳଚ୍ଚିତ୍ରଟି କଭି ଇଦ୍ କଭି ଦିୱାଲୀ 30 ଡିସେମ୍ବର 2022ରେ ରିଲିଜ୍ ହେବାକୁ ଯାଉଛି । ଅଧିକ ପଢନ୍ତୁ

By

Published : Mar 3, 2022, 5:12 PM IST

ବଦଳିଲା କଭି ଇଦ୍ କଭି ଦିୱାଲୀ ଡେଟ
ବଦଳିଲା କଭି ଇଦ୍ କଭି ଦିୱାଲୀ ଡେଟ

ହାଇଦ୍ରାବାଦ: ବଲିଉଡର 'ଦବଙ୍ଗ ଖାନ' ଅର୍ଥାତ୍ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ସଲମାନଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ'ର ରିଲିଜ୍ ତାରିଖ ବଦଳିଛି । ଏହି ଚଳଚ୍ଚିତ୍ରଟି ଇଦ୍ (2023) ଅବସରରେ ରିଲିଜ୍ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି । 'କଭି ଇଦ୍ କଭି ଦିୱାଲୀ' 30 ଡିସେମ୍ବର 2022 ରେ ରିଲିଜ୍ ହେବାକୁ ଯାଉଛି । କହିବାକୁ ଗଲେ ସଲମାନ ଖାନଙ୍କ ଜନ୍ମଦିନରେ ଏହି ଫିଲ୍ମ ରିଲିଜ ହେବ। 27 ଡିସେମ୍ବରରେ ସଲମାନଙ୍କ ଜନ୍ମଦିନ ।

ପୂର୍ବରୁ କଭି ଇଦ୍ କଭି ଦିୱାଲୀ ଫିଲ୍ମ 2023 ମସିହାରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ଏହି ସୂଚନା ଫିଲ୍ମ କିଟିକ୍ସ ଦ୍ବାରା ତରନ ଆଦର୍ଶ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ। ସେ ଟ୍ବିଟରେ ଲେଖିଥିଲେ କଭି ଇଦ୍ କଭି ଦିୱାଲୀ 2023 ମସିହାରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ତେବେ ଫିଲ୍ମ ନିର୍ମାତାମାନେ ଫିଲ୍ମ ରିଲିଜ ସମ୍ପର୍କରେ କୌଣସି ସୂଚନା ସେୟାର କରିିନଥିଲେ।

ଫରହାଦ୍ ସାମଜୀ କଭି ଇଦ୍ କଭି ଦିୱାଲୀ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଏଥି ସହିତ, କଳ୍ପନା କରାଯାଉଛି ଯେ ସଲମାନଙ୍କ ଅନ୍ୟ ଏକ ଚଳଚ୍ଚିତ୍ର 'ଟାଇଗର -3' ବର୍ତ୍ତମାନ ଇଦ୍ ଅବସରରେ ମୁକ୍ତିଲାଭ କରିପାରେ। ସାଉଥ୍ ଚଳଚ୍ଚିତ୍ର ଅଭିନେତ୍ରୀ ପୂଜା ହେଗଡେ ସଲମାନଙ୍କ ସହ 'କଭି ଇଦ୍ କଭି ଦିୱାଲୀ'ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସାଜିଦ ନାଦିଆଡୱାଲା ଏହି ଚଳଚ୍ଚିତ୍ର ନିର୍ମାଣ କରିବେ। ଦକ୍ଷିଣ ଅଭିନେତା ଭେଙ୍କଟେଶଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ସଲମାନ ଏବଂ ସାଜିଦଙ୍କ ପୂର୍ବ ଚଳଚ୍ଚିତ୍ର 'କିକ୍' ମଧ୍ୟ ଇଦ୍ ଅବସରରେ ମୁକ୍ତିଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପ୍ରାୟ 200 କୋଟି ରୋଜଗାର କରିଥିଲା ​​।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details