ମୁମ୍ବାଇ:ଡିସେମ୍ବର 27ରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜର 55 ତମ ଜନ୍ମଦିନ ପାଳନ କରିବାକୁ ପ୍ରସ୍ତୁତ, କିନ୍ତୁ ସେଲିବ୍ରେଶନ ଆରମ୍ଭ ହୋଇସାରିଛି ।
ରିଆଲିଟି ସୋ 'ବିଗ୍ ବସ୍ 14'ର ସେଟରେ ସଲମାନ ଏହି ଜନ୍ମଦିନକୁ ସେଲିବ୍ରେଟ କରିଥିଲେ । ଏହି ସେଲିବ୍ରେଶନ ପାଇଁ ରବୀନା ଟଣ୍ଡନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଶେହନାଜ୍ ଗିଲ୍ ଏବଂ ଧର୍ମେଶ ୟେଲାଣ୍ଡେଙ୍କ ଭଳି ତାରକାମାନେ ସୋ’ର 'ୱିକେଣ୍ଡ୍ କା ୱାର୍' ଏପିସୋଡରେ ସାମିଲ ହୋଇଥିଲେ ।