ଓଡିଶା

odisha

ETV Bharat / sitara

ସୁସ୍ଥ ହେଲେ ଦିଲୀପ, ସୂଚନା ଦେଲେ ସାୟରା - ଅଭିନେତା ଦିଲୀପ କୁମାର ସୁସ୍ଥ ନ୍ୟୁଜ

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦିଲୀପ କୁମାର ସୁସ୍ଥ ଅଛନ୍ତି ବୋଲି ଫ୍ୟାନ୍ସଙ୍କୁ ଜଣାଇଲେ ପତ୍ନୀ ସାୟରା ବାନୋ । ଏହାସହ ସେ ଫ୍ୟାନ୍ସଙ୍କ ପ୍ରାର୍ଥନ ପାଇଁ ଧନ୍ୟବାଦ ମଧ୍ୟ କହିଛନ୍ତି। ଅଧିକ ପଢନ୍ତୁ..

saira banu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Mar 15, 2020, 4:28 AM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଦିଲୀପ କୁମାର ଦୀର୍ଘ ସମୟରୁ ଅସୁସ୍ଥ ରହିଆସୁଛନ୍ତି । ନିକକଟରେ ତାଙ୍କ ପିଠିର ଯାନ୍ତ୍ରଣା ଖୁବ୍ ବଢିଯାଇଥିଲା । ଯାହା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଏହି କଥାର ସୂଚନା ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ସାୟରା ବାନୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଦେଇଛନ୍ତି।

ଭିଡିଓ ସୌଜନ୍ୟ: ଟ୍ବିଟର@ଦିଲୀପ କୁମାର

ସେ ଜଣାଇଛନ୍ତି ଯେ ଦିଲୀପଙ୍କୁ ଚିକିତ୍ସା ପାଇଁ ଲୀଲାବତି ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଜଣା ପଡିଥିଲା ଯେ ସେ ସୁସ୍ଥ ଅଛନ୍ତି । ଦିଲୀପଙ୍କ ଟ୍ବିଟର ଆକାଉଣ୍ଟରେ ସାୟରା ଏକ ଭିଡିଓ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି।

ଭିଡିଓରେ ସାୟରାଙ୍କ ସ୍ବର ଶୁଣିବାକୁ ମିଳୁଛି । ଆଉ ସେ ଦିଲୀପଙ୍କ ସ୍ବାସ୍ଥ୍ୟ ବିଷୟରେ କହୁଛନ୍ତି, ‘ମତେ ଆପଣଙ୍କୁ ଏହି କଥା ଜଣାଇିବାରେ ଖୁସି ଲାଗୁଛି ଯେ ଦିଲୀପ ସାହେବ ପୂର୍ବ ଅପେକ୍ଷା ଏବେ ସୁସ୍ଥ ଅଛନ୍ତି । ତାଙ୍କ ପିଠିରେ ସବୁବେଳେ ଯାନ୍ତ୍ରଣା ରହିଥାଏ । ଆମେ ତାଙ୍କୁ ଲୀଲାବତୀ ମେଡିକାଲ ନେଇ ଯାଇଥିଲୁ । ଏବେ ସେ ଘରକୁ ଫେରିଆସିଛନ୍ତି । ଭଗବାନଙ୍କ ଦୟା ଓ ଆପଣଙ୍କ ପ୍ରାର୍ଥନା ପାଇଁ ବର୍ତ୍ତମାନ ସବୁ କିଛି ଠିକ୍ ଅଛି। ଆପଣଙ୍କ ଋଣି ରହିବି।’ ଅନ୍ୟପଟେ ସାୟରାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ମଧ୍ୟ ପ୍ରତିକ୍ରିୟା ରଖି ନିଜ ନିଜ ପ୍ରେମ ଜାହିର କରିଛନ୍ତି।

ABOUT THE AUTHOR

...view details