ହାଇଦ୍ରାବାଦ:କିମ୍ବଦନ୍ତ୍ରୀ ଅଭିନେତ୍ରୀ ସାଇରା ବାନୁ ଅସୁସ୍ଥ ହୋଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ହୃତପିଣ୍ଡ ଜନିତ ସମସ୍ୟା ରହିଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ICUରୁ ବାହାରିଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ସାଏରାଙ୍କ ସ୍ବାମୀ ତଥା ଲିଜେଣ୍ଡାରୀ ଆକ୍ଟର ଦିଲୀପ କୁମାରଙ୍କ ମୃତ୍ୟୁ ଘଟିଥିଲା ।
ସାଏରା ବାନୁଙ୍କୁ ବର୍ତ୍ତମାନ ୭୭ ବର୍ଷ ବୟସ ହୋଇଥିବା ବେଳେ ସ୍ବାମୀଙ୍କ ଦେହାନ୍ତ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗତ ମାସରେ ଖାରରେ ଥିବା ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାଏରାଙ୍କୁ ଚିକିତ୍ସା ଯୋଗାଉଥିବା ଡକ୍ଟର ଏସ ଗୋଖଲେଙ୍କ କହିବା ଅନୁସାରେ ତାଙ୍କ ହୃତପିଣ୍ଡର ବାମପଟ ଭେଣ୍ଟ୍ରିକଲ(ହୃତପିଣ୍ଡରେ ଥିବା ଖାଲିସ୍ଥାନ) କାମ କରିବା ବନ୍ଦ କରିଥିବାରୁ ତାଙ୍କ ହୃତପିଣ୍ଡ ଓ ଫୁସଫୁସ ପାଣି ଜମୁଥିଲା।