ମୁମ୍ବାଇ: ଶନିବାର ବଲିଉଡ ଅଭିନେତା ସୈଫ ଅଲି ଖାନ, ଅର୍ଜୁନ କପୁର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ୟାମି ଗୌତମଙ୍କ ସମେତ 'ଭୂତ ପୋଲିସ୍'ର ପୁରା ଟିମ୍ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ପାଇଁ ଡାଲହୋଜି ଅଭିମୁଖେ ଯାତ୍ରା କରିଛନ୍ତି ।
ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ସେୟାର କରିଛନ୍ତି ।
ଶନିବାର ତରନ ଟ୍ବିଟରରେ ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, "ଡାଲହୋଜି ପାଇଁ ସମସ୍ତେ ପ୍ରସ୍ତୁତ । ସୈଫ, ଅର୍ଜୁନ, ଜ୍ୟାକଲିନ ଏବଂ ୟାମିଙ୍କର-କମେଡି ଫିଲ୍ମ 'ଭୂତ ପୋଲିସ୍'ର ସୁଟିଂ ପାଇଁ ଡାଲହୋଜି ଅଭିମୁଖେ ଯାତ୍ରା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଫିଲ୍ମ ପବନ କ୍ରୃପଲାନୀ, ରମେଶ ତୌରାନୀ ଏବଂ ଅକ୍ଷୟ ପୁରୀଙ୍କ ଦ୍ବାରା ନିର୍ମିତ " ।