ମୁମ୍ବାଇ: କୋରୋନା ମହାମାରୀ ସମୟରେ ମେରିନ ଡ୍ରାଇଭର ମଜା ନେଉଥିବା ନଜର ଆସିଲେ ଛୋଟେ ନୱାବଙ୍କ ଫ୍ୟାମିଲି । ବଲିଉଡ ନୱାବ ସୈଫଅଲ୍ଲୀ ଖାନ, ବେଗମ କରିନା ଓ କୁନି ତୈମୁର ସହ ମୁମ୍ବାଇ ସମୁଦ୍ର ବେଳାଭୂମିରେ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପୋଲିସ ସେମାନଙ୍କୁ ଅଟକାଇବା ସହ ତୈମୁରକୁ ବାହାରକୁ ନବାହାର କରିବାକୁ କହୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
କୋରୋନା ବେଳେ ମେରାଇନ ଡ୍ରାଇଭ ରୋଡରେ ବୁଲିଲେ ନୱାବ ଫ୍ୟାମିଲି, ରୋକିଲା ପୋଲିସ୍ - Saif Ali khan stopped by police
ମେରାଇନ ଡ୍ରାଇଭର ମଜା ନେଉଥିବା ନଜର ଆସିଲେ ନୱାବ ଫ୍ୟାମିଲି । ବଲିଉଡ ନୱାବ ସୈଫଅଲ୍ଲୀ ଖାନ, ବେଗମ କରିନା ଓ କୁନି ତୈମୁର ସହ ମୁମ୍ବାଇ ସମୁଦ୍ର ବେଳାଭୂମିରେ ବୁଲୁଥିବା ଦେଖିବାକୁ ମିଳିଛି ।
![କୋରୋନା ବେଳେ ମେରାଇନ ଡ୍ରାଇଭ ରୋଡରେ ବୁଲିଲେ ନୱାବ ଫ୍ୟାମିଲି, ରୋକିଲା ପୋଲିସ୍ Saif Ali khan](https://etvbharatimages.akamaized.net/etvbharat/prod-images/768-512-7536831-thumbnail-3x2-saif.jpg)
ସୈଫ କରିନାଙ୍କ ସହ ଛୋଟେ ତୈମୁର
ମେରାଇନ ଡ୍ରାଇଭ ରୋଡରେ ବୁଲିଲେ ନୱାବ ଫ୍ୟାମିଲି
ଏହି ଭିଡିଓରେ କୁନି ତୈମୁର ଡ୍ୟାଡ ସୈଫଙ୍କ କାନ୍ଧରେ ବସିଥିବାବେଳେ ପାଖରେ କରିନା ଛିଡା ହୋଇଛନ୍ତି । ଆଉ ସମୁଦ୍ର ବେଳାଭୂମିରେ ଠିଆ ହୋଇ କପୁର ଫ୍ୟାମିଲି ସୂର୍ଯ୍ୟାସ୍ତ ଦୃଶ୍ୟର ମଜା ନେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲେ । ଆଉ ସୈଫ ଓ କରିନାଙ୍କୁ ଅଟକାଇ କୋଭିଡ ସମ୍ବନ୍ଧ ନିୟମ ଅନୁସାରେ, ବୟସ୍କ ଓ ଛୋଟ ପିଲାଙ୍କୁ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିବା କହୁଛନ୍ତି ।
ଯାହାକୁ ଶୁଣିବା ପରେ ସୈଫ ମଧ୍ୟ ପୋଲିସଙ୍କୁ ନିଜର ପ୍ରତିକ୍ରିୟା ଦେଉଥିବା ନଜର ଆସୁଛନ୍ତି । ଆଉ ଏହାର କିଛି ସମୟ ପରେ ସେମାନେ ସେଠାରୁ ଚାଲିଯାଉଛନ୍ତି ।
Last Updated : Jun 9, 2020, 10:03 AM IST