ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଲାଲ କପ୍ତାନ’କୁ ନେଇ ଚର୍ଚ୍ଚାରେ । ଫିଲ୍ମର ଟ୍ରେଲରକୁ ତିନୋଟି ଭାଗରେ ରିଲିଜ କରାଯାଇଥିଲା । ଯାହାକୁ ଦେଖି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଖୁବ୍ ବଢିଯାଇଛି । ବର୍ତ୍ତମାନ ବଡ ପରଦାରେ ଫିଲ୍ମ ଦେଖିବାକୁ ଅପେକ୍ଷା କରିବସିଛନ୍ତି ଫ୍ୟାନ୍ସ ।
ଦର୍ଶକଙ୍କ ଉତ୍ସାହ ଆହୁରି ବଢାଇବା ପାଇଁ ମେକର୍ସ ସୈଫଙ୍କ ନୂଆ ପୋଷ୍ଟର ଜାରି କରିଛନ୍ତି । ‘ଲାଲ କପ୍ତାନ’ରେ ନାଗା ସାଧୁ ସାଜିଥିବା ସୈଫ ପୋଷ୍ଟରରେ ରାବଣ ଅବତାରରେ ନଜର ଆସୁଛନ୍ତି । ମଥାରେ ଲାଲି ଟିକା ଏବଂ ଆଖିରେ ଗାଢ କଳା ଲଗାଇ ଦର୍ଶକଙ୍କ ହୋସ ଉଡାଇଛନ୍ତି ସୈଫ । ଖାଲିତି ଏତିକି ନୁହେଁ ରାବଣର ଦଶ ମସ୍ତିଷ୍କ ପରି ସୈଫଙ୍କ ମଧ୍ୟ ଦଶ ମସ୍ତିଷ୍କ ଦେଖିବାକୁ ମିଳୁଛି ।