ମୁମ୍ବାଇ: ମୁଣ୍ଡରେ ଜଟ ଆଉ ପୁରା ଶରୀରରେ ଭସ୍ମ ଲଗାଇ ଅଘୋରୀ ଅବତାରରେ ସୈଫ ଅଲ୍ଲୀ ଖାନ । ପରିଶେଷରେ ଗତ ମଙ୍ଗଳବାର ରିଲିଜ ହୋଇଯାଇଛି ତାଙ୍କର ଚର୍ଚ୍ଚିତ ଫିଲ୍ମ ‘ଲାଲ କପ୍ତାନ’ର ତୃତୀୟ ତଥା ଫାଇନାଲ ଟ୍ରେଲର । ଫିଲ୍ମର ଗୋଟିଏ ପରେ ଗୋଟିଏ ଟ୍ରେଲର ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ଫାଇନାଲ ଟ୍ରେଲର ରିଲିଜ ହେବା ମାତ୍ରେ ୟୁଟ୍ୟୁବରରେ ଛାଇଯାଇଛି । ଏଯାବତ ଲକ୍ଷେରୁ ଅଧିକଥର ଟ୍ରେଲରକୁ ଦେଖାସରିଲାଣି ।
ପ୍ରତିଶୋଧ ମୁଡରେ ସୈଫ, ଦେଖନ୍ତୁ ଟ୍ରେଲର - ପ୍ରତିଶୋଧ ପରାୟଣ ସୈଫ
ପ୍ରଥମଥର ଭିନ୍ନ ଅବତାର ନେଇ ପରଦାରେ ନଜର ଆସିବେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ । ଅକ୍ଟୋବର 18ରେ ରିଲିଜ ହେବାକୁ ଯାଉଥିବା ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଲାଲ କପ୍ତାନର ଫାଇନାଲ ଟ୍ରେଲର ରିଲିଜ ହୋଇଯାଇଛି ।
‘ଲାଲ କପ୍ତାନ’ରେ ସୈଫଙ୍କ କେବଳ ଲୁକ ନୁହେଁ ନାଗା ସାଧୁ ଭଳି ନୁହେଁ ତାଙ୍କ ନାମ ମଧ୍ୟ ଫିଲ୍ମରେ ନାଗା ସାଧୁ । ଏହି ଫିଲ୍ମର ଟ୍ରେଲରକୁ ତିନୋଟି ଭାଗ ରିଲିଜ କରାଯାଇଛି । ପ୍ରଥମ ଟ୍ରେଲର ଟାଇଟଲ ‘ଚାପ୍ଟର ୱାନ- ଦ ହଣ୍ଟ’ । ସେହିପରି ଦ୍ବିତୀୟ ଟ୍ରେଲରର ଟାଇଟଲ ‘ଚାପ୍ଟର ଟୁ-ଦ ଚେଜ’ ରଖିଥିବା ବେଳେ ଫାଇନାଲ ଟ୍ରେଲରର ଟାଇଟଲ ‘ଚାପ୍ଟର ଥ୍ରି- ଦ ରିଭେଞ୍ଜ’ ।
ସୈଫଙ୍କ ବ୍ୟତୀତ ଏହି ଟ୍ରେଲରରେ ନଜର ଆସିଛନ୍ତି ସୋନାକ୍ଷୀ ସିହ୍ନା, ଦୀପକ ଦୋବରିୟାଲ, ଜୋୟା ହୁସୈନ ଓ ମାନବ ବିଜ । ନିଜ ପିଲା ବେଳର ପ୍ରତିଶୋଧ ନେବାକୁ ନାଗା ସାଧୁ ସାଜିଛନ୍ତି ସୈଫ । ଯାହାର କିଛି ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି । ଏମାସ 18ରେ ରିଲିଜ ହେବ ଫିଲ୍ମ ।