ଓଡିଶା

odisha

ETV Bharat / sitara

ଜାରି ହେଲା ପୋଷ୍ଟର, ବଦମାସ୍ ବୟ ସାଜିଲେ ସୈଫ - ସୈଫ ଅଲ୍ଲୀ ଖାନ ଚର୍ଚ୍ଚିତ ଫିଲ୍ମ ଲାଲ କପ୍ତାନ

ଆସନ୍ତା ବର୍ଷ ଜାନୁଆରୀ 31ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ସୈଫ ଅଲ୍ଲୀ ଖାନଙ୍କ ଅପକମିଂ ଫିଲ୍ମ ‘ଜୱାନି ଜାନେମନ’। ଏବେ ଜାରି ହୋଇଯାଇଛି ସୈଫଙ୍କ ଫାଷ୍ଟଲୁକ ପୋଷ୍ଟର।

saif ali khan starrer jawani janeman
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

By

Published : Dec 25, 2019, 5:27 PM IST

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ନିଜ ଆଗାମୀ ଫିଲ୍ମ ‘ଜୱାନି ଜାନେମ’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ତାଙ୍କ ‘ଲାଲ କପ୍ତାନ’କୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ପୁଣିଥରେ ସେ ପ୍ରସ୍ତୁତ ହୋଇଯାଇଛନ୍ତି ଦର୍ଶକଙ୍କୁ ନିଜ ଜଲୱା ଦେଖାଇବାକୁ । ‘ଜୱାନି ଜାନେମନ’ ଫିଲ୍ମରୁ ସୈଫଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି ହୋଇଯାଇଛି। ପୋଷ୍ଟରରେ ସୈଫଙ୍କ ନୂଆ ଲୁକ ଦେଖି ଇମ୍ପ୍ରେସ ହୋଇଯାଇଛନ୍ତି ଦର୍ଶକ। ମଙ୍ଗଳବାର ରିଲିଜ ହୋଇଥିବା ଏହି ପୋଷ୍ଟରକୁ ଟ୍ବିଟରରେ ସେୟାର କରିଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ପୋଷ୍ଟରେ ସୈଫ ହ୍ୟାଣ୍ଡସମ ନଜର ଆସିବା ସହ ହାତରେ ଏକ ୱାଇନ ବୋତଲ ଧରିଥିବାର ଦେଖାଯାଉଛନ୍ତି। ଆଉ ତାଙ୍କ ପଛରେ ଦୁଇ ଝିଅ ଶୋଇଥିବାର ଦେଖିବାକୁ ମିଳୁଛି। ଫିଲ୍ମର ରିଲିଜ ତାରିଖ ମଧ୍ୟ ପୋଷ୍ଟରେ ଘୋଷଣା ହୋଇଯାଇଛି। ଫିଲ୍ମକୁ ଆସନ୍ତା ବର୍ଷ ଜାନୁଆରୀ 31ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ।

ନିତିନ କକ୍କଡ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସୈଫଙ୍କ ସହ ତବ୍ବୁ ଓ ପୂଜା ବେଦୀଙ୍କ ଲାଡଲୀ ଆଲିୟା ଏଫ ମଧ୍ୟ ନଜର ଆସିବେ। ଆଲିୟା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ABOUT THE AUTHOR

...view details