ଓଡିଶା

odisha

ETV Bharat / sitara

'ହେରାଫେରି'ର ଫେମସ ଡାଇଲଗକୁ ରିକ୍ରିଏଟ କଲେ ଇବ୍ରାହିମ, ଭିଡିଓ ଭାଇରାଲ - saif ali khan son ibrahim recreates

ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନଙ୍କ ଏକ ମଜାଦାର ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ, ଇବ୍ରାହିମ ସୁପରହିଟ ଫିଲ୍ମ 'ହେରାଫେରି'ର ଫେମସ ଡାଇଲଗକୁ କଲେ ରିକ୍ରିଏଟ କରୁଥିବାର ଦେଖିବାକୁ ମିଳିଛି ।

saif ali khan son ibrahim recreates scene from hera pheri
'ହେରାଫେରି'ର ଫେମସ ଡାଇଲଗକୁ କଲେ ରିକ୍ରିଏଟ ଇବ୍ରାହିମ, ଭିଡିଓ ଭାଇରାଲ

By

Published : Apr 28, 2020, 8:32 PM IST

ମୁମ୍ବାଇ: କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ସମୟରେ ବଲିଉଡ ଷ୍ଟାରକିଡ ଆଜିକାଲି କରୋନାଭାଇରସ କାରଣରୁ ତାଙ୍କ ପରିବାର ସହିତ ଅଛନ୍ତି ।

ଏହି ସମୟରେ ବଲିଉଡ ଅଭିନେତା ସୈଫ ଅଲି ଖାନ ଏବଂ ଅଭିନେତ୍ରୀ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲି ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

'ହେରାଫେରି'ର ଫେମସ ଡାଇଲଗକୁ କଲେ ରିକ୍ରିଏଟ ଇବ୍ରାହିମ, ଭିଡିଓ ଭାଇରାଲ

ଏହି ଭିଡିଓରେ ଇବ୍ରାହିମ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀଙ୍କ ସୁପର ହିଟ ଫିଲ୍ମ 'ହେରାଫେରି'ର ଫେମସ ଡାଇଲଗକୁ ରିକ୍ରିଏଟ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଇବ୍ରାହିମ 'ରାଜୁ' ସହିତ 'ବାବୁ ଭୟା'ର ଡାଇଲଗ ମଧ୍ୟ କହୁଛନ୍ତି ।

ଏହି ଭିଡିଓରେ ଇବ୍ରାହିମ ଅଲି ଖାନ କହୁଛନ୍ତି ଯେ, ଏ ବାବୁ ଭୟାକା ଷ୍ଟାଇଲ ହେ । ଭିଡିଓଟି ବହୁତ ଭାଇରାଲ ହେବାରେ ଲାଗିଛି । ମଜାଳିଆ ଭିଡିଓକୁ ପ୍ରଶଂସକମାନେ ଲାଇକ କରିବା ସହ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ନିକଟରେ ସାରା ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ଭାଇ ଇବ୍ରାହିମଙ୍କ ସହ ଏକ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details