ଓଡିଶା

odisha

ETV Bharat / sitara

ପରିବାରବାଦର ଶିକାର ହୋଇଛନ୍ତି ଛୋଟେ ନୱାବ, ଟ୍ରୋଲ କଲେ ଫ୍ୟାନ୍ସ

ବର୍ତ୍ତମାନ ନିଜର ଏକ ବାୟନକୁ ନେଇ ଚର୍ଚ୍ଚାରେ ସୈଫ ଅଲ୍ଲୀ ଖାନ । ସୋସିଆଲ ମିଡିଆରେ ତାଙ୍କୁ ମିଛୁଆ କହିଲେ ୟୁଜର୍ସ ।

By

Published : Jul 2, 2020, 3:40 PM IST

ଫଟୋ ସୌଜନ୍ୟ": ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ": ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ କ୍ରୋଧିତ ଥିବା ତାଙ୍କ ଫ୍ୟାନ୍ସ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଆଣିଛନ୍ତି । ଯାହାକୁ ଆଧାର କରି ବଲିଉଡର ଅନେକ ଫେମସ କଳାକାରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର କରାଯାଉଛି । ଏହି କ୍ରମରେ ସାମିଲ ଅଛନ୍ତି ସୁପରଷ୍ଟାର ସଲମାନ ଖାନ, କରନ ଜୋହର, ଆଲିୟା ଭଟ୍ଟ, ସୋନମ କପୁର ଓ ସୋନାକ୍ଷୀ ସିହ୍ନା । ଇତମଧ୍ୟରେ ବି-ଟାଉନ ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି ।

କଥାଟି ହେଲା ଯେ ସୈଫ ନିଜର ଏକ ବୟାନରେ କହିଥିଲେ, ‘ଭାରତରେ ପରିବାରବାଦ, ପକ୍ଷପାତ ଓ ଗୋଷ୍ଠୀବାଦ ଚାଲିଛି । ମୁଁ ମଧ୍ୟ ପରିବାରବାଦର ଶିକାର ହୋଇସାରି । ହେଲେ କେହି ମଧ୍ୟ ଏହି ବିଷୟରେ କହନ୍ତି ନାହିଁ । କିନ୍ତୁ ଏବେ ମୁଁ ଖୁସି ଅଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ସେଲିବ୍ରିଟି ଏହାର ବିରୋଧ କରି ସାମ୍ନାକୁ ଆସିଥିବାରୁ ।’ ଯାହା ଉପରେ ବର୍ତ୍ତମାନ ଆଦୌ ବିଶ୍ବାସ କରିପାରୁନାହାଁନ୍ତି ଫ୍ୟାନ୍ସ ।

ପ୍ରକାଶ ଥାଉକି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ପୁଅ ସୈଫ । ସେ ପରିବାରବାଦର ଶିକାର ହେବା କଥାକୁ କେହି ବିଶ୍ବାସ କରିପାରୁନାହାଁନ୍ତି । ଏହାକୁ ଆଧାର କରି ବର୍ତ୍ତମାନ ତାଙ୍କୁ ଟ୍ରୋଲ କରାଯାଉଛି । ଜଣେ ୟୁଜର ଲେଖିଛନ୍ତି, ‘ଆଉ କେତେ ମିଛ କହିବ, ଲଜ୍ୟା ଲାଗୁନି ଆପଣଙ୍କୁ ?’

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆଜିର ସବୁଠାରୁ ବଡ ମଜାକ ଏହା କି ସୈଫ ଅଲ୍ଲୀ ଖାନ ମଧ୍ୟ ବଲିଉଡରେ ସଂଘର୍ଷ କରିଛନ୍ତି । ମଣିଷ ଜୋସରେ କିଛି ମଧ୍ୟ କହିଦିଏ ।

ABOUT THE AUTHOR

...view details