ମୁମ୍ବାଇ: ସଂଶୋଧିତ ନାଗରିକତା ଆଇନ ବିରୋଧ ପ୍ରଦର୍ଶନକୁ ନେଇ ଦେଶର ପରିସ୍ଥିତି ଅସମ୍ଭାଳ। ଏହି ମାମଲାରେ ଅନେକ ସେଲିବ୍ରିଟି ନିଜ ନିଜ ପ୍ରତିକ୍ରିୟା ରଖିସାରିଛନ୍ତି। ଆଉ ଏବେ ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ପ୍ରଥମଥର ଏହି ବିରୋଧ ପ୍ରଦର୍ଶନରେ ନିଜ ବୟାନ ରଖିଛନ୍ତି । ସେ ଦେଶର ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ।
ଏକ ସାକ୍ଷାତକାରରେ ଯୋଗ ଦେଇ ସୈଫ କହିଥିଲେ ଯେ ଦେଶରେ ଅନେକ ଜିନିଷ ଏମିତି ଅଛି ଯାହାକୁ ନେଇ ସେ ଚିନ୍ତିତ । ଦେଖିବାକୁ ରହିଲା ଏହି ପରିସ୍ଥିତି କେବେ ଶେଷ ହେବ । ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବା ସମସ୍ତଙ୍କ ଅଧିକାର ଏବଂ ନକରିବା ମଧ୍ୟ ସମସ୍ତଙ୍କର ଅଧିକାର । ସେ ବର୍ତ୍ତମାନର ସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଆଉ ସଠିକ୍ ଭାବରେ ବୁଝିସାରିବା ପରେ ହିଁ ନିଜ ରାୟ ରଖିବେ। ମିଡିଆରେ ଅନେକ ସମସ୍ୟା ଆଲୋଚନା ହେଉଛି। ଏମିତି ଅନେକ ଜିନିଷକୁ ନେଇ ସେ ଚିନ୍ତିତ ଅଛନ୍ତି ।
ସିଏଏ ତାତି: ସାମ୍ନାକୁ ଆସିଲା ସୈଫଙ୍କ ପ୍ରତିକ୍ରିୟା - ସଂଶୋଧିତ ନାଗରିକତା ଆଇନ ବିରୋଧ ପ୍ରଦର୍ଶନରେ ସୈଫଙ୍କ ପ୍ରତିକ୍ରିୟା
ପ୍ରଥମ ଥର ସିଏଏ ବିରୋଧ ପ୍ରଦର୍ଶନରେ ମୁହଁ ଖୋଲିଛନ୍ତି ଅଭିନେତାର ସୈଫ ଅଲ୍ଲୀ ଖାନ। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବା ସମସ୍ତଙ୍କ ଅଧିକାର ବୋଲି କହିବା ସହ ଦେଶର ପରିସ୍ଥିତିକୁ ନେଇ ଚିନ୍ତିତ ମଧ୍ୟ ନଜର ଆସୁଛନ୍ତି।
ଫଟୋ ସୌଜନ୍ୟ: ଇଟିଭି, ବ୍ୟୁରୋ
ତାଙ୍କ ପୂର୍ବରୁ ଅଭିନେତା ଫରହାନ ଅଖତର, ପରିଣିତି ଚୋପ୍ରା, ରିଚା ଚଡ୍ଡା, ମହମ୍ମଦ ଜୀଶାନ ଆୟୁବ, ଅନୁରାଗ କଶ୍ୟପ, ଶବାନା ଆଜମୀ ମଧ୍ୟ ସିଏଏ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ନିଜ ପ୍ରତିକ୍ରିୟା ରଖିସାରିଛନ୍ତି।