ଓଡିଶା

odisha

ଆସିଲା ‘ଲାଲ କପ୍ତାନ’ର ମିଷ୍ଟ୍ରି ଓମେନଙ୍କ ଲୁକ

‘କଲଙ୍କ’, ‘ଖାନଦାନୀ ସଫାଖାନା’ ଏବଂ ‘ମିଶନ ମଙ୍ଗଲ’ ଭଳି ଫିଲ୍ମ ପରେ ସୈଫଙ୍କ ଦମଦାର ଫିଲ୍ମରେ ନଜର ଆସିବେ ସୋନାକ୍ଷୀ ସିହ୍ନା ।

By

Published : Sep 27, 2019, 10:58 PM IST

Published : Sep 27, 2019, 10:58 PM IST

ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ଛୋଟ ନୱାବ ସୈଫ ଅଲ୍ଲୀ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ କପ୍ତାନ’ର ଫାଷ୍ଟ ପାର୍ଟ ଟ୍ରେଲର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ହୃଦୟ କିଣିବାରେ ମଧ୍ୟ ସଫଳ ହୋଇଛି । ଯେଉଁଠାରେ ଟ୍ରେଲରରେ ସୈଫଙ୍କ ନାଗା ସାଧୁଙ୍କ ଅବତାର ଦେଖିବାକୁ ମିଳିଥିଲା । ସେହିଠାରେ କିନ୍ତୁ ଟ୍ରେଲରକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ଦ୍ବନ୍ଦ୍ବ ଥିଲା କି ବ୍ୟାକଗ୍ରାଉଣ୍ଡରେ ଯେଉଁ ମହିଳାଙ୍କ ସ୍ବର ଶୁଣାଯାଉଛି ସେ କିଏ । ଫ୍ୟାନ୍ସ ନିଜ ନିଜ ଫେଭରେଟ ଅଭିନେତ୍ରୀଙ୍କ ନାମ ସାମ୍ନାରେ ରଖିଥିବା ବେଳେ ଏବେ ସେହି ମିଷ୍ଟ୍ରି ୱୁମନଙ୍କ ନାମ ଶୁଣିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଆଜ୍ଞା ହଁ, ସୈଫଙ୍କ ସହ ‘ଲାଲ କପ୍ତାନ’ରେ ଆଉ କେହି ନୁହେଁ ବରଂ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ହିଁ ନଜର ଆସିବେ । ଟ୍ରେଲର ବ୍ୟାକଗ୍ରାଉଣ୍ଡରେ ଯାହାଙ୍କ ସ୍ବର ଦର୍ଶକ ଶୁଣିଥିଲେ ସେ ସୋନାକ୍ଷୀ ଥିଲେ । ଖାଲି ଏତିକି ନୁହେଁ ତାଙ୍କ ମିଷ୍ଟିରିୟସ ଲୁକ ମଧ୍ୟ ସାମ୍ନାକୁ ଆସିଯାଇଛି । ଚେହେରାରେ ପରଦା ଲଗାଇ ବସିଥିବାର ନଜର ଆସୁଛନ୍ତି ପୋଷ୍ଟରରେ ସୋନାକ୍ଷୀ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନବଦୀପ ସିଂଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୋନାକ୍ଷୀ ସ୍ପେଶାଲ ଗେଷ୍ଟ ରୁପେ ନଜର ଆସିବେ । ଏହାର ସୂଚନା ଫ୍ୟାନ୍ସଙ୍କୁ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ସୋନାକ୍ଷୀଙ୍କ ଲୁକ ପୋଷ୍ଟର ସେୟାର କରିଦେଇଛନ୍ତି ।

ABOUT THE AUTHOR

...view details