ମୁମ୍ବାଇ: ସୈଫ ଅଲି ଖାନ ଆଜି ତାଙ୍କର 50 ତମ ଜନ୍ମଦିନ ପାଳନ କରୁଛନ୍ତି ।
ବଲିଉଡର ନବାବ ଖାନ ଭାବରେ ସୈଫ 16 ଅଗଷ୍ଟ 1970 ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ହେଉଛନ୍ତି ବଲିଉଡର ବରିଷ୍ଠ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ ପିତା ହେଉଛନ୍ତି ଫେମସ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦି ।
ସୈଫ ବଲିଉଡରେ ପ୍ରାୟ ଦୁଇ ଦଶନ୍ଧି ପୂରଣ କରିଛନ୍ତି । ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । 1992 ରେ ବଲିଉଡରେ ଡେବ୍ୟୁ କରିଥିଲେ ଛୋଟେ ନବାବ । ସେହି ବର୍ଷ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ପରମ୍ପରା' ମୁକ୍ତିଲାଭ କରିଥିଲା । ଫିଲ୍ମ ଫ୍ଲପ୍ ହୋଇଥିଲା କିନ୍ତୁ ସୈଫଙ୍କ କ୍ୟାରିଅର୍ ଚାଲିଥିଲା ।
1993 ରେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ଆଶିକ୍ ଆୱାରା । ଏହି ଚଳଚ୍ଚିତ୍ର ପାଇଁ ସୈଫଙ୍କୁ ଶ୍ରେଷ୍ଠ ଅଭିନେତା ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ଯାହା ପରେ ତାଙ୍କର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପେହଚାନ୍, ଇମତିହାନ୍, ୟେ ଦିଲଲଗି ଫିଲ୍ମରେ ସୈଫଙ୍କ ଅଭିନୟକୁ ପ୍ରଂଶସକ ଖୁବ ପ୍ରଶଂସା କରିଥିଲେ ।
ଏହାପରେ 1994 ରେ, ସୈଫ ଅକ୍ଷୟ କୁମାରଙ୍କ ସହ ମେ ଖିଲାଡି ତୁ ଅନାଡି ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକ ବଡ ହିଟ୍ ହୋଇଥିଲା ।
ଫିଲ୍ମ ଓ୍ବ କଚେ ଧାଗେ (1999), ହମ ସାଥ ସାଥ ହେନ (1999), ଦିଲ ଚାହତା ହେ (2001) ଏବଂ କଲ ହୋ ନା ହୋ (2003) ଭଳି ସଫଳ ଚଳଚ୍ଚିତ୍ର ଗୁଡିକରେ ସୈଫ ସହାୟକ ଭୂମିକାରେ ନଜର ଆସିଥିଲେ ।
ଏହପରେ 2004 ରେ ଫିଲ୍ମ 'ହମ୍ ତୁମ୍' ରେ ଲିଡ ରୋଲରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ0 ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଲଣ୍ଟରନ୍ୟାସନାଲ ଫିଲ୍ମ ଆଓ୍ବାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ।