ନୂଆଦିଲ୍ଲୀ: ଆଜି (ଗୁରୁବାର ଦିନ) ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଚାଟାର୍ଡ ବିମାନ ଯୋଗେ ସ୍ବର୍ଣ୍ଣନଗରୀ ଜୈସଲମେରରେ ପହଞ୍ଚିଛନ୍ତି । ତାଙ୍କ ସହ ଅର୍ଜୁନ କପୁର ଏବଂ ଅଭିନେତ୍ରୀ ୟାମି ଗୌତମଙ୍କ ସମେତ ଫିଲ୍ମ 'ଭୁତ ପୋଲିସ' ସହିତ ଜଡିତ ପ୍ରାୟ 100 ଜଣିଆ ଟିମ୍ ଏଠାରେ ପହଞ୍ଚିଛନ୍ତି ।
ଏହି ଚଳଚ୍ଚିତ୍ରଟି ଜୈସଲମେରର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ ।
ବିମାନ ଭିତରୁ ସୈଫ ଏବଂ ଫିଲ୍ମର ଟିମ୍ ସହ ଅର୍ଜୁନ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ।