ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲଭ ଆଜ କଲ’କୁ ଏଯାବତ ମଧ୍ୟ ଦର୍ଶକ ଭୁଲି ନାହାଁନ୍ତି । ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଫିଲ୍ମ ରିଲିଜକୁ ଗତ ବୁଧବାର 10 ବର୍ଷ ପୂରଣ ହୋଇଛି ।
ଏହି ଅବସରରେ ଇମତିଆଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଆଧୁନିକ ସମୟରେ ପ୍ରେମ ଏବଂ ସମ୍ପର୍କର ବଦଳୁଥିବା ଗତିଶୀଳତା ଉପରେ ନିଜ ବିଚାର ରଖିଛନ୍ତି। ସେ ଫିଲ୍ମର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘‘ଏହି ଦଶ ବର୍ଷରେ ପହଞ୍ଚିଥିବା ଲଭ ଆଜ କଲ ପରେ ମୁଁ ଦେଖୁଛି କି ପ୍ରେମ ସମ୍ପର୍କୀୟ ପ୍ରକ୍ରିୟାରେ ନାଟକୀୟ ରୂପେ ପରିବର୍ତ୍ତନ ଆସିଛି । ଯେପରି ଯୁବପୀଢି ଏବେ ସମ୍ପର୍କ ବିଷୟରେ ଭାବୁଛନ୍ତି, ମୁଁ ଦଶ ବର୍ଷ ପୂର୍ବର ଭବିଷ୍ୟବାଣୀ କରିପାରି ନଥାନ୍ତି। ’’