ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରୟ କପୁରଙ୍କ ଫିଲ୍ମ 'ସଡକ- ୨' ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମ 28 ଅଗଷ୍ଟରେ ଡିସ୍ନି ପ୍ଲସ୍ ହଟ୍ ଷ୍ଟାରରେ ମୁକ୍ତିଲାଭ କରିବ ।
ଆଲିଆ, ଆଦିତ୍ୟ, ସଞ୍ଜୟ ଏବଂ ପୂଜା ଭଟ୍ଟ ଇନଷ୍ଟାଗ୍ରାମରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ୍ ତାରିଖ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।
ଆଲିଆ ଭଟ୍ଟ ଟ୍ୱିଟ୍ କରି ଲେଖିଛନ୍ତି, 'ସଡକ- ୨', ପ୍ୟାର କି ରାହ, ଅଗଷ୍ଟ 28ରେ ଡିଜ୍ନି ପ୍ଲସ୍ ହଟ୍ ଷ୍ଟାରରେ ଷ୍ଟ୍ରିମିଂ ହେବ ।
ଏହି ପୋଷ୍ଟରରେ ସଞ୍ଜୟଙ୍କ ସହ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ଗିତାର ଏବଂ ବ୍ୟାଗ ନେଇ ରାସ୍ତାରେ ଯାଉଥିବାର ନଜର ଆସିଛନ୍ତି ।