ମୁମ୍ବାଇ: ବଲିଉଡ ଏବଂ ଦେଶର ଫେମସ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ସବୁବେଳେ ନିଜ ଡିଜାଇନ ପୋଷାକ ପାଇଁ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । କିନ୍ତୁ ବେଳେବେଳେ ସୋସିଆଲ ମିଡିଆରେ ବିବାଦପୂର୍ଣ୍ଣ ଟିପ୍ପଣୀ ଦେଇ ଚର୍ଚ୍ଚାରେ ମଧ୍ୟ ଆସିଥାଆନ୍ତି । ନିକଟରେ ଏହିପରି କିଛି ଘଟିଛି ।
ଆଜ୍ଞା ହଁ, ରବିବାର ଇନଷ୍ଟାଗ୍ରାମରେ ଓଭରଡ୍ରେସଡ ୱୁମେନକୁ ନେଇ ଟ୍ରୋଲ ହେବା ପରେ ଏବେ କ୍ଷମା ମାଗିଛନ୍ତି ସେ । ଗୋଟିଏ ସପ୍ତାହ ପୂର୍ବରୁ ସେ ଏକ ପୋଷ୍ଟ ସେୟାର କରିଥିଲେ, ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଇଥିଲା ।
ସେ ପୋଷ୍ଟ କରି ଲେଖିଥିଲେ କି ଯଦି ଆପଣ କୌଣସି ମହିଳାକୁ ଓଭରଡ୍ରେସରେ ଦେଖୁଛନ୍ତି, ମେକଅପ କରିଥିବାର, ଗହଣା ପିନ୍ଧିଥିବାର, ତେବେ ସେ ମହିଳା ଜଣଙ୍କ ଆହତ ଅଛନ୍ତି ।
ଏହାପରେ ଆଉ କଣ ଥିଲା ୟୁଜର୍ସଙ୍କୁ ସବ୍ୟସାଚୀଙ୍କ ପୋଷ୍ଟଟି ଆଦୌ ପସନ୍ଦ ଆସିନଥିଲା । କେହି ଏହାକୁ ହାସ୍ୟାସ୍ପଦ କହିଥିଲେ ତ ଆଉ କିଛି ତାଙ୍କୁ ପ୍ରଶ୍ନ କରିଥିଲେ କି ଆପଣଙ୍କ ମିଡିଆ ଆକାଉଣ୍ଟ କିଏ ବ୍ୟବହାର କରୁଛି ।
ବର୍ତ୍ତମାନ ସବ୍ୟସାଚୀ ଇନଷ୍ଟାଗ୍ରାମରେ ନିଜ ପୋଷ୍ଟକୁ ନେଇ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, "ମୁଁ ଏହି ବିଷୟରେ ବହୁତ ଭାବିଲି କି ଏପରି ପୋଷ୍ଟ କରାଯିବ କି ନାହିଁ । କିନ୍ତୁ ଅନେକ ଥର ଏହା ନିହାତି ଆବଶ୍ୟକ ହୋଇଥାଏ, ସିଧାସଳଖ କଥା ଠିକ୍ ରୂପେ ଲୋକଙ୍କ ପାଖକୁ ପହଞ୍ଚିବା ଦରକାର ।"
ଫ୍ୟାଶନ ଇଣ୍ଡଷ୍ଟ୍ରିରେ 20 ବର୍ଷରୁ କାମ କରିଆସୁଛି । ମୁଁ ଅନେକ ସାକ୍ଷାତକାରରେ ଏହାକୁ ନେଇ ଅନେକ ଟିପ୍ପଣୀ କରିଛି କି ଯେବେ ଅନେକ ମହିଳା ଆନନ୍ଦ ଏବଂ ଆତ୍ମ ଅଭିବ୍ୟକ୍ତି ପାଇଁ ଫ୍ୟାଶନ ଏବଂ ସୌନ୍ଦର୍ଯ୍ୟର ପ୍ରୟୋଗ କରୁଛନ୍ତି, ଆଉ କିଛି ନିଜ ଜୀବନରେ ଅନ୍ତରାଳ ଏବଂ ବ୍ୟର୍ଥତାକୁ ଭରିବା ପାଇଁ ରିଟେଲ ଥେରେପି ରୂପେ ପ୍ରୟୋଗ କରୁଛନ୍ତି ବୋଲି ଲେଖିଛନ୍ତି ସବସାଚୀ ।"
ସେ ଆହୁରି ଲେଖିଛନ୍ତି, "ଗୋଟିଏ ସମାଜ ରୂପେ ଆମେ ପ୍ରାୟତଃ ଲୋକଙ୍କ ପୋଷାକ ପସନ୍ଦ ଉପରେ ଜବରଦସ୍ତ ରାୟ ଦେବାରେ ଲାଗିଯାଏ । ସେମାନଙ୍କୁ ଅନୁଚିତ କିମ୍ବା ଓଭରଡ୍ରେସ କହିଥାଉ । ଆମେ ଏହା ବୁଝିବାରେ ଅସମର୍ଥ କି କିଛି ଲୋକ ସପୋର୍ଟ ସିଷ୍ଟମର ଅଭାବକୁ ପୂରଣ କରିବା ପାଇଁ ଏହାର ବ୍ୟବହାର କରୁଛନ୍ତି ।"