ଓଡିଶା

odisha

ETV Bharat / sitara

ଶର୍ମିଳା ଟାଗୋର-ମନସୁରଙ୍କ ନିର୍ବନ୍ଧ ଫଟୋ ସେୟାର କଲେ ଝିଅ ସବା

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସବା ଅଲ୍ଲୀ ଖାନ ନିଜ ଅମ୍ମି ଓ ଅବ୍ବା ତଥା ଶର୍ମିଳା ଟାଗୋର ଓ ମନସୁର ଅଲ୍ଳୀ ଖାନଙ୍କ ନିର୍ବନ୍ଧ ସମୟର ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

By

Published : Oct 17, 2021, 7:31 PM IST

ଶର୍ମିଳା ଟାଗୋର-ମନସୁରଙ୍କ ନିର୍ବନ୍ଧ ଫଟୋ ସେୟାର କଲେ ଝିଏ ସବା
ଶର୍ମିଳା ଟାଗୋର-ମନସୁରଙ୍କ ନିର୍ବନ୍ଧ ଫଟୋ ସେୟାର କଲେ ଝିଏ ସବା

ହାଇଦ୍ରାବାଦ:ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସବା ଅଲ୍ଲୀ ଖାନ ନିଜ ସୋସିଆଲ ଆକାଉଣ୍ଟରେ ଅମ୍ମି ଶର୍ମିଳା ଟାଗୋର ଓ ଅବ୍ବା ମନସୁର ଅଲ୍ଲୀ ଖାନଙ୍କ ନିର୍ବନ୍ଧ ଫଟୋକୁ ସେୟାର କରିଛନ୍ତି । ଏହି ବ୍ଲାକ ଆଣ୍ଡ ହ୍ବାଇଟ ଫଟୋକୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି । ଏଥିରେ ଅଭିନେତ୍ରୀ ଶର୍ମିଳା ଏକ ରେଶମି ଲିବାସ ପିନ୍ଧିଥିବାର ନଜର ଆସିଛନ୍ତି ।

ସବା ଲଗାତାର ଭାବେ ପଟୌଦି ପରିବାରର କିଛି ଫଟୋ ନିଜ ସୋସିଆଲ ହ୍ୟାଣ୍ଡେଲରେ ସେୟାର କରିଥାନ୍ତି । କିନ୍ତୁ ଏହି ଅନେକ ବର୍ଷର ପୁରୁଣା ଫଟୋକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି । ଶର୍ମିଳା ଏଥିରେ ରେଶମି ଲିବାସ ପିନ୍ଧିଥିବାବେଳେ ମନସୁର ଅଲ୍ଲୀ ଖାନ ବର ବେଶରେ ବସିଛନ୍ତି । ଦୁହେଁ ନିର୍ବନ୍ଧ ପାଇଁ ଥିବା କଷ୍ଟ୍ୟୁମ ପିନ୍ଧିଛନ୍ତି । ଏହି ଫଟୋକୁ ସବା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋକୁ ୟୁଜର୍ସ ଖୁବ ପସନ୍ଦ କରିବା ସହିତ ମିଠା ମିଠା କମେଣ୍ଟସ ମଧ୍ୟ ନେଇଛନ୍ତି ।

ଜଣେ ୟୁଜର୍ସ ଏହି ଫଟୋରେ କମେଣ୍ଟ୍ସ ଦେଇ ଲେଖିଛନ୍ତି ଯେ 'ମାସ୍‌ଅଲ୍ଲହା' । ଆଉ ଜଣେ ଲେଖିଛନ୍ତି ଯେ 'ହସିନ୍‌ ଔର ୟାଦଗାର ପଲ୍‌' । ସେପଟେ ଅନ୍ୟ ଜଣେ ୟୁଜର୍ସ ସବାଙ୍କୁ ପଚାରିଛନ୍ତି ଯେ ସେ କେବେ ବିବାହ କରୁଛନ୍ତି ? ସବାଙ୍କ ଆକାଉଣ୍ଟରେ ପଟୌଦି ପରିବାରର ଅନେକ ପୁରାତନ ଫଟୋ ଭରି ରହିଛି । ସେ ଭଉଣୀ ସୋହା ଅଲ୍ଲୀ ଖାନଙ୍କ ସମେତ ଭାଇ ସୈଫ, ଭାବି କରୀନା କପୁର ଖାନ ଓ ପଟୌଦି କିଡ୍ସଙ୍କ ଫଟୋ ସେୟାର କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details