ମୁମ୍ବାଇ: ବାହୁବଳୀ ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଅଭିନେତା ପ୍ରଭାସଙ୍କ ଫ୍ୟାନ ଫଲୋଇଂ ସଂଖ୍ୟା ଅନ୍ୟ ସ୍ଥାନରେ ମଧ୍ୟ ଆକାଶ ଛୁଆଁ । ଏବେ ତାଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ଦେଖିବାକୁ ବ୍ୟାକୁଳ ଦର୍ଶକ । ଫିଲ୍ମଟି ଆଉ କିଛି ଦିନ ପରେ ତଥା ଅଗଷ୍ଟ 30ରେ ରିଲିଜ ହେବାକୁ ଯାଉଛି । ‘ସାହୋ’ ରିଲିଜ ପୂର୍ବରୁ ହିଁ ଦର୍ଶକଙ୍କ ମଧ୍ୟରେ ଛାଇଯାଇଛି । ଇତିମଧ୍ୟରେ ଫିଲ୍ମ ନାଁରେ ଆଉ ଏକ ଉପଲବ୍ଧି ସମ୍ପୃକ୍ତ ହୋଇଛି । ଚାରୋଟି ଭାଷାରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମକୁ ଏବେ ଟ୍ବିଟରର ସ୍ପେଶାଲ ହ୍ୟାଶଟ୍ୟାଗ ମିଳିଯାଇଛି ।
350 କୋଟି ଟଙ୍କାରେ ନିର୍ମିତ ‘ସାହୋ’ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଚାଲିଛି । ପ୍ରଭାସ ଓ ବି-ଟାଉନର କ୍ୟୁଟ ଅଭିନେତ୍ରୀ ଶ୍ରଦ୍ଧା କପୁର ଫିଲ୍ମର ପ୍ରମୋଶନରେ ବର୍ତ୍ତମାନ ଜୋରସୋରରେ ଲାଗିଛନ୍ତି ।