ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ତାଙ୍କ ଆକ୍ସନ ଫିଲ୍ମ ପାଇଁ ବେଶ ଜଣାଶୁଣା । ତାଙ୍କ ଚଳଚ୍ଚିତ୍ର ଗୁଡିକରେ ଧମାକାଦାର ଅନ୍ଦାଜରେ ପବନରେ ଗାଡି ଉଡ଼ିବା ଏବଂ ଷ୍ଟଣ୍ଟ୍ ସିନ୍ ଥିବା ସାଧାରଣ କଥା ।
ଏବେ ରୋହିତ ଶେଟ୍ଟୀ ଏକ କାରକୁ ଉଠାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ଭିଡିଓ ସହିତ ଲେଖାଯାଇଥିବା କ୍ୟାପସନକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।
ରୋହିତ ଶେଟ୍ଟୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କାରର ଆଗ ଭାଗକୁ ନିଜ ହାତରେ ଉଠାଇଥିବାର ନଜର ଆସିଛନ୍ତି । ସେ କାର ଉଠାଇବା ସମୟରେ ଖୁସି ଥିବା ଦେଖିବାକୁ ମିଳିଛି ।