ହାଇଦ୍ରାବାଦ: କୋରୋନା ଭାଇରସ୍ ପୁଣି ଥରେ ବଲିଉଡରେ ଲଗାଇଛି ବ୍ରେକ୍ । ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ରିଲିଜ୍ ସ୍ଥଗିତ ରଖାଯାଉଥିବାବେଳେ କୋଭିଡ 19 ହେତୁ ଅନେକ ଚଳଚ୍ଚିତ୍ରର ସୁଟିଂ ବନ୍ଦ କରିଦିଆଯାଇଛି | କରଣ ଜୋହରଙ୍କ ନିର୍ଦ୍ଦେଶିତ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ 'ରକି ଔର ରାନୀ କି ପ୍ରେମ କାହାନୀ'ର ସୁଟିଂରେ ବ୍ରେକ ଲଗାଯାଇଛି।
ରକି ଔର ରାନୀ କି ପ୍ରେମ କାହାନୀ ମିଡିଆ ରିପୋର୍ଟ ମୁତାବିକ, ଜାନୁଆରୀ ୧୦ରେ ଫିଲ୍ମ ସିଟିରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଗୋଟିଏ ରୋମାଣ୍ଟିକ ଗୀତ ସୁଟ୍ ହେବାର ଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଏମିତି କି ଷ୍ଟେଜ୍ ମଧ୍ୟ ପ୍ରସ୍ତୁତ ଥିଲା । କିନ୍ତୁ ବର୍ତ୍ତମାନ ସୁଟିଂ ଅଟକାଇ ଦିଆଯାଇଛି ।
ରିପୋର୍ଟ ଅନୁସାରେ, କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି କରଣ ଜୋହର କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହାନ୍ତି । ସୁରକ୍ଷା ପ୍ରଥମ ବୋଲି ସେ କହିଛନ୍ତି । 'ରକି ଔର ରାନୀ କି ପ୍ରେମ କାହାନୀ' ୨୦୨୩ ମସିହା ଫେବ୍ରୁଆରୀ ୧୦ରେ ରିଲିଜ୍ ହେବ । ଗତ ବର୍ଷ ଫିଲ୍ମର ସୁଟିଂ ଦିଲ୍ଲୀର କୁତବମୀନାରରେ ହୋଇଥିଲା । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଫଟୋ ଏବଂ ଭିଡିଓରେ ଧର୍ମେନ୍ଦ୍ର ମଧ୍ୟ ଦିଲ୍ଲୀରେ ଇ-ରିକ୍ସା ଚଲାଉଥିବାର ନଜର ଆସିଥିଲେ । ଫିଲ୍ଲରେ ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ