ମୁମ୍ବାଇ: ଲକଡାଉନ ସମୟରେ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିବା ପାଇଁ ଅଭିନେତା ରିତେଶ ଦେଶମୁଖ ଅନେକ ମଜାଳିଆ ଟିକଟକ ଭିଡିଓ ସେୟାର କରିଛନ୍ତି । ନିକଟରେ ରିତେଶ ଦେଶମୁଖ ଏକ ମଜାଦାର ଟିକଟକ ଭିଡିଓ ପ୍ରସ୍ତୁତ କରିଛନ୍ତି ।
ରିତେଶ ଏହି ଭିଡିଓରେ ଗତ କିଛି ବର୍ଷ ପୂର୍ବେ ହୋଇଥିବା ଏକ ସିଙ୍ଗର ରିଆଲିଟି ଶୋ'ରୁ ଏକ ଭିଡିଓ କ୍ଲିପ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଏହି ଶୋ'ର ଜଣେ ପ୍ରତିଯୋଗୀ ଓମାନରୁ ଅସିଥିବା ଅସମା ରାଫି ସଲମାନ ଖାନଙ୍କ ଚଳଚ୍ଚିତ୍ର 'ବିବି ନମ୍ବର1'ର ଚୁନରି ଚୁନରି ଗୀତ ଗାଇଥିଲେ ।