ନୂଆଦିଲ୍ଲୀ: ବୁଧବାର ରିତେଶ ଦେଶମୁଖ ଏବଂ ଜେନେଲିଆ ଡିସୁଜା ସେମାନଙ୍କର 9ତମ ବିବାହ ବାର୍ଷିକୀ ସେଲିବ୍ରେଟ କରୁଛନ୍ତି । 2012ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ ଦୁହିଁଙ୍କୁ ପ୍ରଥମେ ଫିଲ୍ମର ସେଟରେ ଭେଟିଥିଲେ ।
ଆଜି ବିବାହ ବାର୍ଷିକୀ ଅବସରରେ ରିତେଶ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପତ୍ନୀ ଜେନେଲିଆଙ୍କ କାନ୍ଧରେ ମୁଣ୍ତ ଦେଇ ଶୋଇଥିବାର ନଜର ଆସିଛନ୍ତି ।
ରିତେଶ ତାଙ୍କର 'ବାଇକୋ' ତଥା ପତ୍ନୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଏହା ମୋର ସବୁଦିନ ପାଇଁ ବିଶ୍ରାମ କରିବାର ସ୍ଥାନ, ମୁଁ ଏଠାରେ ରହିବି, ଏହା ମୋର ଇଚ୍ଛା ' ।
ଏଥିସହିତ ଜେନେଲିଆ ମଧ୍ୟ ଏକ ଚମତ୍କାର ଭିଡିଓ ସେୟାର କରି ସ୍ବାମୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଥିଲେ । ଏହି ଭିଡିଓ ଦେଖି ଆପଣ ନିଶ୍ଚିତ ହେବେ ଯେ ଜେନେଲିଆ ରିତେଶଙ୍କ ପ୍ରେମରେ କେତେ ଦିଓ୍ବାନା । ଜେନେଲିଆର ଏହି ଭିଡିଓ ଉପରେ ପ୍ରଶଂସକମାନେ ବହୁ ମନ୍ତବ୍ୟ ଦେଉଛନ୍ତି ।
ପ୍ରକାଶ ଥାଉ ଯେ, ଜେନେଲିଆ ଏବଂ ରିତେଶ 10 ବର୍ଷ ପରସ୍ପରକୁ ଡେଟ କରିବା ପରେ 2012 ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ।